ପ୍ରଦୂଷିତ ହେଉଛି ତୀର୍ଥ ପୁଷ୍କରିଣୀ ନରେନ୍ଦ୍ର, କୂଳରେ ଭାସୁଛନ୍ତି ଶହ ଶହ ମଲା ମାଛ

ପୁରୀ(କେ.ନ୍ୟୁଜ): ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରୁ ମୁଖ୍ଯ ତୀର୍ଥ ପୁଷ୍କରିଣୀ ନରେନ୍ଦ୍ର ସରୋବରରେ ଏବେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବନ୍ଯା ପାଣି ସହ ଏବେ ନଳା ପାଣି ବି ଏହି ପୁଷ୍କରିଣୀରେ ପ୍ରବେଶ କରିଛି। ଏହି କାରଣରୁ ପୁଷ୍କରିଣୀର ଜଳ ପଚି ସଢ଼ି ଯାଇଛି। ଏଥିସହ ଜଳର ଅକ୍ସିଜେନ ଧାରଣ କ୍ଷମତା ହ୍ରାସ ପାଇଛି। ଫଳରେ ପୁଷ୍କରିଣୀରେ ମାଛ ମଡକ ଦେଖାଯାଇଛି। ନରେନ୍ଦ୍ରରେ ବହୁ ସଂଖ୍ଯାରେ ମାଛ ମରି ଭାସୁଥିବା ଦେଖାଯାଇଛି। ପୋଖରୀର ଅବସ୍ଥା ଦେଖିଲେ ଏହା ଏକ ପବିତ୍ର ପୋଖରୀ ବୋଲି କେହି କହିବେନି।

fish

ନରେନ୍ଦ୍ର ପୋଖରୀରେ ପାଣି ବିଶୋଧନ ପାଇଁ କୌଣସି ବ୍ଯବସ୍ଥା ନାହିଁ। ବାରମ୍ବାର ଏହି ତୀର୍ଥ ପୁଷ୍କରିଣୀ ଭିତରକୁ ନଳା ପାଣି ପ୍ରବେଶ ଯୋଗୁଁ ପୁଷ୍କରିଣୀ ଜଳ ପ୍ରଦୂଷିତ ହେଉଛି। ପୂର୍ବରୁ ରାଜ୍ଯ ପ୍ରଦୂଷଣ ବୋର୍ଡ଼ ଏକାଧିକ ରିପୋର୍ଟ ଦେଇଥିଲେ। ମାତ୍ର ପୁଷ୍କରିଣୀରେ କିଛି ବି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ । ଏହି ଜଳକୁ ଲୋକେ ସ୍ନାନାଦି କାର୍ଯ୍ଯରେ ବ୍ଯବହାର କରୁଛନ୍ତି। ଏହି କାରଣରୁ ବିଭିନ୍ନ ଚର୍ମ ରୋଗ ବ୍ଯାପିବାରେ ଲାଗିଛି। ଏଣୁ ତୁରନ୍ତ ଏହି ତୀର୍ଥ ପୁଷ୍କରିଣୀକୁ ପ୍ରଦୂଷଣମୁକ୍ତ କରାନଗଲେ ଜଳ ପ୍ରଦୂଷଣ ବୃଦ୍ଧି ପାଇ ରୋଗ ବଢିବ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.