ଜୁନ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାମାୟଣ ଯାତ୍ରା, IRCTC ପକ୍ଷରୁ ଜାରି ହେଲା ନୂଆ ଅଫର

ଯଦି ଆପଣ ବି କରୋନା ମାମଲା କମିବା ପରେ ଲମ୍ବା ଟୁର ଯିବା ନେଇ ପ୍ଳାନିଙ୍ଗ କରୁଛନ୍ତି ତେବେ ଏହି ଖବର ନିଶ୍ଚିତ ରୂପେ ଆପଣ ମାନଙ୍କ ଏହି ଖବର କାମରେ ଆସିବ । ଆଇଆରସିଟିସି ପକ୍ଷରୁ “ଭାରତ ଗୌରବ” ଟୁରିଷ୍ଟ ଟ୍ରେନ ଆରମ୍ଭ କରାଯାଇଛି । ଏହି ଟ୍ରେନରେ ଭଗବାନ ରାମଙ୍କ ଭକ୍ତ ମାନଙ୍କୁ ଅଯୋଧ୍ଷା, ଜନକପୁର, ସୀତାମାଢ଼ୀ, ବାରଣାସୀ, ନାସିକ ତଥା ରାମେଶ୍ୱରମ ପରି ଯିବାକୁ ସୁଯୋଗ ମିଳିବ । ରେଳ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ୮ହଜାର କିଲୋମିଟରର ଦୀର୍ଘ ଯାତ୍ରା ପାଇଁ ସମୁଦାୟ ୧୮ଦିନ ଲାଗିବ । ଏହି ଯାତ୍ରା ଦିଲ୍ଲୀରୁ ଆରମ୍ଭ ହେବ । ବୁକିଙ୍ଗକୁ ଆଉ ଟିକେ ସହଜ ତଥା ସୁବିଧା ଜନକ କରିବା ପାଇଁ ରେଲ୍ୱେ ତରଫରୁ EMI ଅପସନ ଜାରି କରାଯାଇଛି । EMI ଅପସନ ଅନୁସାରେ ଆପଣ ମାନେ କିସ୍ତିରେ ଟୁର ପାଇଁ ବୁକିଂ କରିପାରିବେ ।

ରେଳ ବିଭାଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି ଶ୍ରୀ ରାମାୟଣ ଯାତ୍ରା ପାଇଁ ଜଣେ ବ୍ୟକ୍ତିଙ୍କୁ ଟିକଟ ବାବଦରେ ୬୨ ହଜାର ୩୭୦ ଟଙ୍କା ଭରିବାକୁ ପଡିବ । ଏହି ମୂଲ୍ୟରେ ଏଥିରେ ସବୁ କିଛି ସାମିଲ ରହିବ । ଏଥିରେ 3AC ଟିୟର ଚାର୍ଜ, ହୋଟେଲରେ ରହିବା ସୁବିଧା, ଭୋଜନ, ଲୋକାଲ ବସ ଜରିଆରେ ଦର୍ଶନ, ଟ୍ରାଭେଲ ଇନ୍ସୁରାନ୍ସ ତଥା ଗାଇଡ଼ ସର୍ଭିସ ବି ମିଳିବ । ଆଉ ଟ୍ରେନରେ ଜିନିଷ ରଖିବା ପାଇଁ ଦୁଇଟି ଅତିରିକ୍ତ ବଗି ରହିବ । ଏହା ସହ ଶାକାହାରୀ ଭୋଜନ ପାଇଁ ପେଣ୍ଟ୍ରି କାର ସୁବିଧା ବି ରହିବ । ପ୍ରତିଟି କୋଚରେ ଇନଫୋନେଣ୍ଟ ସିଷ୍ଟମ, ସିସିଟିଭି କ୍ୟାମେରା ଓ ସୁରକ୍ଷା ଗାର୍ଡ଼ ସୁବିଧା ବି ରହିବ ।

ପ୍ରଥମ ଭାରତ ଗୌରବ ଯାତ୍ରା ଟ୍ରେନ ସେବା ଜୁନ ୨୧ ତାରିଖରୁ ଆରମ୍ଭ ହେବ । ଟ୍ରେନରେ ୬୦୦ ଯାତ୍ରୀ କ୍ଷମତା ଥିବା ବେଳେ ୧୧ଟି 3AC ଟିୟର କୋଚ ରହିବ । ଟ୍ରେନ ପ୍ରଥମେ ଅଯୋଧ୍ୟା ଷ୍ଟେସନରେ ରହିବ । ଏଠି ରାମ ଜନ୍ମଭୂମି ମନ୍ଦିର, ହନୁମାନ ମନ୍ଦିର, ନନ୍ଦିଗ୍ରାମରେ ଭାରତ ମନ୍ଦିର ବି ରହିଛି । ଏଠି ମହର୍ଷି ବିଶ୍ଵାମିତ୍ର ତଥା ରାମ ରେଖା ଘାଟର ଆଶ୍ରମ ଦେଖାଦେବ ।

ଏହା ପରେ ଟ୍ରେନ ଜନକପୁର ଯାତ୍ରା କରିବ । ଏଠି ଯାତ୍ରୀ ମାନଙ୍କୁ ରାମ- ଜାନକୀ ମନ୍ଦିରକୁ ନିଆଯିବ । ଏହା ପରେ ସେମାନଙ୍କୁ ସୀତାଙ୍କ ଜନ୍ମସ୍ଥାନ ସୀତାମାଢି ନିଆଯିବ । ଏହା ପରେ ଟ୍ରେନ ବାରଣାସୀ ଯିବ । ଏଠି ପର୍ଯ୍ୟଟକ ମାନଙ୍କୁ ବନାରସର ମନ୍ଦିର ସବୁ ବୁଳାଯିବ । ବାରଣାସୀ, ପ୍ରୟଗରାଜ, ଚିତ୍ରକୂଟରେ ରାତ୍ରି ଯାପନର ବ୍ୟବସ୍ଥା ରହିଛି ।