କାହିଁକି ଅନ୍ୟକୁ ହାଇ ମାରୁଥିବାର ଦେଖିଲେ ଆପେ ଆପେ ଆପଣଙ୍କୁ ଆସିଥାଏ ହାଇ, ଜାଣନ୍ତୁ ଏହା ପଛରେ ଥିବା ଆଶ୍ଚର୍ଯ୍ୟକର କାରଣ

ଆପଣ ପ୍ରାୟତଃ ଦେଖିଥିବେ ଯଦି ଆପଣଙ୍କ ସାମ୍ନାରେ କିଏ ହାଇ ମାରୁଛି ତାହେଲେ ଏହାର ତୁରନ୍ତ ପରେ ଆପଣଙ୍କୁ ବି ହାଇ ଆସିଥାଏ। ଏହା ମଣିଷର ଏକ ଅଜବ ବ୍ୟବହାର। କାହାକୁ ହାଇ ମାରୁଥିବାର ଦେଖିଲେ ଅନ୍ୟକୁ ଆପେ ଆପେ ହିଁ ହାଇ ଆସିବାକୁ ଲାଗିଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ହେବା ପଛରେ ବିଜ୍ଞାନର ବହୁତ ବଡ ହାତ ଥାଏ। କଣ ଆପଣଙ୍କ ସହ ଏମିତି ହୋଇଛି, ଆଉ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି ଯେ ଆପଣଙ୍କ ପାଖରେ ଯଦି କିଏ ହାଇ ମାରୁଛି ତାହେଲେ ଅଚାନକ ଆପଣଙ୍କୁ କାହିଁକି ହାଇ ଆସିଥାଏ? ଯଦି ଏହାର ଉତ୍ତର ଜାଣିବାକୁ ଚାହୁଁଛନ୍ତି ତାହେଲେ ଏହି ଭିଡିଓକୁ ପୂରା ଦେଖନ୍ତୁ।
ଏମିତି ହେବା ପଛରେ ଅନେକ ବୈଜ୍ଞାନିକ ରିସର୍ଚ୍ଚ ହୋଇଛି। ପ୍ରିନ୍ସଟନ୍ ୟୁନିର୍ଭସିଟୀ ରିପୋର୍ଟ ଅନୁଯାୟୀ ମଣିଷର ହାଇ ସହ କନେକସନ୍ ତାର ମସ୍ତିଷ୍କ ସହ ରହିଛି। ଯେତେବେଳେ ଆମେ କାମ କରନ୍ତି ତାହେଲେ ଆମ ମସ୍ତିଷ୍କ ହିଟ୍ ହୋଇଯାଇଥାଏ। ଆଉ ମସ୍ତିଷ୍କକୁ ଥଣ୍ଡା କରିବା ପାଇଁ ଆମକୁ ହାଇ ଆସିଥାଏ। ଏହାଦ୍ୱାରା ଆମ ବଡିର ଟେମ୍ପରେଚର ନିୟନ୍ତ୍ରଣକୁ ଆସିଯାଏ। ଏଥିପାଇଁ ଶୀତ ଦିନରେ ଅଧିକ ଥର ହାଇ ଆସିଥାଏ। ୨୦୦୪ରେ ମ୍ୟୁନିଖର ସାଇକିୟାଟ୍ରିକ ୟୁନିଭର୍ସିଟୀ ହସ୍ପିଟାଲ ଏକ ରିସର୍ଚ୍ଚ କରିଥିଲା।
ଆଉ ଏହି ରିସର୍ଚ୍ଚରେ ସାମ୍ନାକୁ ଆସିଥିଲା ଯେ ହାଇ ଦ୍ୱାରା ସଂକ୍ରମଣ ବ୍ୟାପିଥାଏ। ଏଥିରେ ପ୍ରାୟ ୩୦୦ ଲୋକଙ୍କର ରିସର୍ଚ୍ଚ କରାଯାଇଥିଲା। ଏଥିରେ ୫୦ ପ୍ରତିଶତ ଏପରି ଲୋକ ଥିଲେ, ଯେଉଁମାନଙ୍କୁ ଅନ୍ୟକୁ ଦେଖି ହାଇ ଆସିବାକୁ ଲାଗିଲା। ବୈଜ୍ଞାନିକଙ୍କ ଅନୁଯାୟୀ ଯେତେବେଳେ ମଣିଷ ନିଜ ସାମ୍ନାରେ କାହାକୁ ବି ହାଇ ମାରୁଥିବାର ଦେଖନ୍ତି, ତେବେ ତାର ମିରର ନ୍ୟୁରନ୍ ସିଷ୍ଟମ ଆକ୍ଟିଭ ହୋଇଯାଇଥାଏ। ଏହା ହିଁ କାହାର ହାଇ ଦେଖି ନକଲ କରିବାକୁ ପ୍ରେରିତ କରିଥାଏ। ଏହି କାରଣରୁ କାହାକୁ ଦେଖିଲେ ଆମକୁ ହାଇ ଆସିଥାଏ। ନିକଟରେ ହୋଇଥିବା ଏକ ଷ୍ଟଡିରେ ଏହା ସାମ୍ନାକୁ ଆସିଛି ଯେ ଯେଉଁ ଲୋକଙ୍କର ମସ୍ତିଷ୍କ ଅଧିକ କାମ କରିଥାଏ, ସେମାନଙ୍କୁ ଅଧିକ ଲମ୍ବା ହାଇ ଆସିଥାଏ। ଏହାକୁ ନେଇ ଏକ ରିସର୍ଚ୍ଚ Animal Behaviour ଜର୍ନାଲରେ ପ୍ରକାଶିତ ହୋଇଛି।