Below header

IRCTC ପକ୍ଷରୁ ଦକ୍ଷିଣ ଭାରତ ବୁଲିବାର ସୁଯୋଗ, ବୁଲିଆସନ୍ତୁ କନ୍ୟାକୁମାରୀ ଠାରୁ ଆରମ୍ଭ କରି ରାମେଶ୍ୱରମ୍‌

ଯଦି ଆପଣ କୌଣସି ଜାଗାକୁ ବୁଲିବାକୁ ଯିବାକୁ ପ୍ଲାନ କରୁଛନ୍ତି ତେବେ ଆପଣଙ୍କ ପାଇଁ IRCTC ପକ୍ଷରୁ ରହିଛି ସୁବର୍ଣ୍ଣ ସୁଯୋଗ। ଏହି ପ୍ୟାକେଜରେ ଆପଣ ସଂପୂର୍ଣ୍ଣ ଦକ୍ଷିଣ ଭାରତ ଭ୍ରମଣ କରିପାରିବେ। SOUTH INDIA DIVINE TOUR PACKAGE EX DELHI ନାମରେ ଏହି ପ୍ୟାକେଜରେ ୬ ରାତି ଏବଂ ୭ ଦିନ ବୁଲିବାର ସୁଯୋଗ ରହିଛି। ଏହି ପ୍ୟାକେଜ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି।

special

ଆପଣ ଏହି ପ୍ୟାକେଜରେ ତ୍ରିଭେନ୍ଦମ, କନ୍ୟାକୁମାରୀ, ରାମେଶ୍ୱରମ, ମେଦୁର, ତିରୁପତି ଏବଂ କୋଚି ଭଳି ସ୍ଥାନ ବୁଲିପାରିବେ। ଏହାଛଡା ଆପଣ କେରଳର ପଦ୍ମନାଭସ୍ୱାମୀ ମନ୍ଦିର, ବିବେକାନନ୍ଦ ରକ୍‌ ମେମୋରିଆଲ, ରାମାନାଥସ୍ୱାମୀ ମନ୍ଦିର, ମୀନାକ୍ଷୀ ମନ୍ଦିର, ଭଗବାନ ବାଲାଜୀ ମନ୍ଦିର ଏବଂ ଶ୍ରୀକଲହସ୍ତୀ ମନ୍ଦିର ବୁଲିବାର ମଧ୍ୟ ସୁଯୋଗ ରହିଛି। ଏହି ପ୍ୟାକେଜରେ ବିମାନରେ ଯିବା ଆସିବା ଖର୍ଚ୍ଚଠାରୁ ଆରମ୍ଭ କରି ରହିବା, ଖାଇବା ସବୁ ଖର୍ଚ୍ଚ ସାମିଲ ରହିଛି।

south

ଯଦି ଆପଣ ଏକୁଟିଆ ଯାତ୍ରା କରିବେ ତେବେ ଆପଣଙ୍କୁ ୫୩,୪୭୦ ଟଙ୍କା ଏବଂ ଡବଲ ସେୟାରିଂରେ ୪୨୨୬୫ ଏବଂ ଟ୍ରିପଲ ସେୟାରିଂରେ ୪୧୩୪୫ ହଜାର ଟଙ୍କା ଦେବାକୁ ପଡିବ। ଯଦି ଆପଣଙ୍କ ସହିତ ୨ ରୁ ୪ ବର୍ଷର ପିଲା ରହିଛନ୍ତି ତେବେ ତାଙ୍କ ପାଇଁ ଆପଣଙ୍କୁ ୨୦୯୩୦ ଟଙ୍କା ଅଲଗା ଦେବାକୁ ପଡିବ। ସେହିପରି ୫ ରୁ ୧୦ ବର୍ଷ ପିଲା ପାଇଁ ୩୮୧୨୦ ଟଙ୍କା ଅତିରିକ୍ତ ଖର୍ଚ୍ଚ ଦେବାକୁ ପଡିବ।

କିପରି କରିବେ ବୁକିଂ :

ଆପଣ କୌଣସି ଷ୍ଟେସନର ରିଜରଭେସନ କାଉଣ୍ଟରରୁ ପ୍ୟାକେଜର ବୁକିଂ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.