ଆସିଲା କରୋନା ପାଇଁ ସ୍ୱତନ୍ତ୍ର ବୀମା‌, ଜୁଲାଇ ୧୦ରୁ ସବୁ ବୀମା ସଂସ୍ଥା କରୋନା କବଚ ଓ କରୋନା ରକ୍ଷକ ପଲିସି ଲାଗୁ କରିବେ

କେନ୍ୟୁଜ୍ (ବ୍ୟୁରୋ): ଆସିଲା କରୋନା କବଚ, କରୋନା ରକ୍ଷକ ବୀମା ପଲିସି ଗାଇଡଲାଇନ । ଦୁଇଟି ବୀମା ପଲିସି ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି । କରୋନା କବଚ ଓ କରୋନା ରକ୍ଷକ ନାମକ ଦୁଇଟି ପଲିସି ପାଇଁ ଗାଇଡଲାଇନ ଜାରି ହୋଇଛି । ଜୁଲାଇ ୧୦ରୁ ସବୁ ବୀମା ସଂସ୍ଥା ଲାଗୁ କରିବେ । IRDAI ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା ।

ସାରା ଦେଶରେ ଗୋଟିଏ ପ୍ରିମିୟମ ଲାଗୁ ହେବ । କରୋନା କବଚ ପଲିସିରେ ସର୍ବନିମ୍ନ ୫୦ ହଜାର ଓ ସର୍ବାଧିକ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ହୋଇପାରିବ । ସେହିଭଳି କରୋନା ରକ୍ଷକରେ ସର୍ବନିମ୍ନ ୫୦ ହଜାରରୁ ସର୍ବାଧିକ ୨ଲକ୍ଷ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ବୀମା ହୋଇପାରିବ । ଏଥିରେ ହସ୍ପିଟାଲ ଖର୍ଚ୍ଚ ଓ ଘର ଚିକିତ୍ସା ଖର୍ଚ୍ଚ ରହିବ । କରୋନା ଚିକିତ୍ସା ସହ ଅନ୍ୟ ରୋଗ ମଧ୍ୟ ବୀମା ଅନ୍ତର୍ଭୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.