ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲା : ୟଶ୍‌ରାଜ ଫିଲ୍ମସ୍‌ର ଅଧିକାରୀଙ୍କୁ ପଚରା ଉଚରା କଲା ମୁମ୍ବାଇ ପୋଲିସ୍‌, ଫିଲ୍ମରେ ଚୁକ୍ତିକୁ ନେଇ ପ୍ରଶ୍ନ

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ୍‌ ତଦନ୍ତ ଜାରି ରଖିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ମୁମ୍ବାଇ ପୋଲିସ କିଛି ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି ।

ମୁମ୍ବାଇ ପୋଲିସ୍‌ ଆଜି ୟଶ୍‌ରାଜ୍‌ ଫିଲ୍ମସ୍‌ର ଦୁଇ ଅଧିକାରୀ ଆଶୀଷ ସିଂହ ଓ ଆଶୀଷ ପାଟିଲ୍‌ଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ପ୍ରାପ୍ତ ଖବରରୁ ଜଣାପଡ଼ିଛି ଯେ ୨୦୧୨ ମସିହାରେ ଯେତେବେଳେ କଣ୍ଟ୍ରାକ୍ଟ ସାଇନ୍‌ କରିଥିଲେ ସେତେବେଳେ ଏହି ଦୁଇ ଅଧିକାରୀ ପ୍ରଡକ୍ସନ ହାଉସ ସହ ଜଡିତ ଥିଲେ ।

sushant-00

ପୁଲିସକୁ ସେହି ସମୟର ସୁଶାନ୍ତଙ୍କ ଏହି ଏଗ୍ରିମେଣ୍ଟ କପିର ନକଲ ମିଳିଛି । ହେଲେ କଣ୍ଟ୍ରାକ୍ଟ ସାଇନ୍‌ରୁ ବାହାର ହେବାର କପି ମିଳିନାହିଁ । ସୁଶାନ୍ତ କିପରି କଣ୍ଟ୍ରାକ୍ଟରୁ ବାହାର ହେଲେ ସେ ସମ୍ପର୍କରେ ୟଶ୍‌ରାଜ୍‌ ଫିଲ୍ମର ଏହି ଦୁଇ ଅଧିକାରୀଙ୍କୁ ପୋଲିସ ପଚରା ଉଚରା କରିବା ସହ ସୁଶାନ୍ତ ସାଇନ୍‌ କରିଥିବା ସମସ୍ତ ଫିଲ୍ମର କଣ୍ଟ୍ରାକ୍ଟ କପି ମଧ୍ୟ ମାଗିଛି ।

ଏଥିସହ ପୋଲିସ କିଛି ଜଣାଶୁଣା ପ୍ରଡକ୍ସନ ହାଉସକୁ ତଦନ୍ତ ପାଇଁ ଡାକିଛି । ଖୁବ୍‌ ଶୀଘ୍ର ମୁମ୍ବାଇ ପୋଲିସ୍‌ ଏହି ଖେଳ ପଛରେ ଥିବା ହସ୍ତିଙ୍କ ପାଖରେ ପହଞ୍ଚିବ ବୋଲି ଆଶାବାଦି ଅଛି ।

ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ସୁଶାନ୍ତ ମୃତ୍ୟୁର ବୃତ୍ତିଗତ ଦିଗକୁ ମୁମ୍ବାଇ ପୋଲିସ ତଦନ୍ତ କରାଯିବା ନେଇ ମଙ୍ଗଳବାର ଟ୍ଵିଟ୍‌ କରିଥିଲେ । ଏହାପରେ ପୋଲିସ ତଦନ୍ତର ଦିଗକୁ କଡ଼ା କଡ଼ି କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.