Below header

ବାଲିଆପାଳ : ପାନ ବରଜରେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରି ପୋତି ଦେଲେ

ବାଲିଆପାଳ(କେନ୍ୟୁଜ୍‌) : ଲୋପ ପାଉଛି ମଣିଷ ପଣିଆ । ବିବେକ ହରାଇ ମଣିଷ ପାଲଟି ଯାଉଛି ପିଶାଚ । କ୍ଷଣିକ ଇନ୍ଦ୍ରିୟ ସୁଖ ପାଇଁ କରି ବସୁଛି ନାରକୀୟ କାଣ୍ଡ । ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଆଣିଛନ୍ତି ଅଭିଯୋଗ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନାର ଚୈାମୁଖ ଗାଁରେ ।

କେହି ଜଣେ ଦୁର୍ବୃତ୍ତ ମହିଳାଙ୍କୁ ଏକୁଟିଆ ପାଇ ବଳାତ୍କାର ପରେ ହତ୍ୟା କରି ପୋତିଦେଇଥିବା ନେଇ ଘର ଲୋକେ କରିଛନ୍ତି ଅଭିଯୋଗ । ସୂଚନାନୁଯାୟୀ ଆଜି(ରବିବାର) ସକାଳୁ ସୋନାଲି ପାତ୍ର ନାମ୍ନୀ ମହିଳା ଜଣକ ପାନ ବରଜକୁ କାମ କରିବାକୁ ଯାଇଥିଲେ ।

ହେଲେ ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ଘର ଲୋକେ ଖୋଜା ଖୋଜି କରିଥିଲେ ।

BALIAPALA-1

ପାନ ବରଜ ପାଖରେ ଏକ ଗାତ ହୋଇଥିବା ଦେଖି ସନ୍ଦେହରେ ଗାତଟିକୁ ଖୋଳି ମାଟି ତଳୁ ସୋନାଲିଙ୍କୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏହାକୁ ଏକ ହତ୍ୟାକାଣ୍ତ ବୋଲି କହିବା ସହ ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି ବଳାତ୍କାର ପରେ ମହିଳାଙ୍କୁ ହତ୍ୟା କରି ପୋତିଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେବେ ମୃତ ମହିଳାଙ୍କ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଘରେ ୩ ବର୍ଷର ଶିଶୁପୁତ୍ର ବାପା ମା’ଙ୍କୁ ନପାଇ କାନ୍ଦି କାନ୍ଦି ଚିତ୍କାର କରୁଛି ।

ଏଭଳି ହୃଦୟ ବିଦାରକ ଦୃଶ୍ୟ ଗ୍ରାମବାସୀଙ୍କୁ ବ୍ୟଥିତ କରିଛି । ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ବାଲିଆପାଳ ଥାନାଧିକାରୀ ଘଟଣାର ତଦନ୍ତ ପରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.