Below header

ଇସ୍ରୋରେ ୧୦ମ ପାସ୍ ଙ୍କ ପାଇଁ ଚାକିରି କରିବାର ସୁଯୋଗ : ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ରହିବ ଦରମା

ନୂଆଦିଲ୍ଲୀ : ଯଦି ଆପଣ ସରକାରୀ ଚାକିରୀ ଖୋଜୁଛନ୍ତି ତେବେ ଆପଣ ଇସ୍ରୋ(ISRO)ରେ ବାହାରିଥିବା ନିଯୁକ୍ତିରେ ଆବେଦନ କରିପାରିବେ । ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂଗଠନ ୪୧ଟି ପଦରେ ଭର୍ତ୍ତୀ ପାଇଁ ନିଯୁକ୍ତି ବାହାର କରିଛି । ଏହି ପଦ ଭିତରେ ଫିଟର,ଇଲେକଟ୍ରୋନିକ୍ ମେକାନିକ୍,ଟର୍ନର,ୱେଲ୍ଡର.ପ୍ଳେମ୍ବର ଏବଂ ଅନ୍ୟ ପଦ ସାମିଲ ଅଛି । ଏହି ପଦରେ ଏସଏସଏଲସି (୧୦ମ) କିମ୍ବା ଏସଏସସି(ଯୁକ୍ତ ୨)ପାସ୍ କରିଥିବା ପାର୍ଥୀ ଆବେଦନ କରିପାରିବେ ।

ଆବେଦନ କରିବା ପାଇଁ ଆପଣଙ୍କ ପାସ ସମ୍ବନ୍ଧୀୟ ଟ୍ରେଡ୍ ରେ ଆଇଟିଆଇ/ଏନଟିସି/ଏନଏସି ସାର୍ଟିଫିକେଟ ଥିବା ଆବଶ୍ୟକ । ଏହି ପଦରେ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨ ଜୁଲାଇ ପର୍ଯ୍ୟନ୍ତ ଅଛି। ଭ୍ୟାକେନ୍ସି ସମ୍ବନ୍ଧୀୟ ଅଧିକ ସୂଚନା ନିମ୍ନରେ ଦିଆଯାଇଛି ।

ପଦ ଗୁଡିକ ନାମ :  ଫିଟର,ଇଲେକଟ୍ରୋନିକ୍ ମେକାନିକ୍,ଟର୍ନର,ୱେଲ୍ଡର,ପ୍ଳେମ୍ବର ଏବଂ ଅନ୍ୟାନ୍ୟ

ସମୁଦାୟ ପଦ ସଂଖ୍ୟା : ୪୧

ଯୋଗ୍ୟତା: ଏହି ପଦର ଆବେଦନକାରୀ ଏସଏସଏଲସି (୧୦ମ) କିମ୍ବା ଏସଏସସି(ଯୂକ୍ତ ୨)ପାସ୍ କରିଥିବା ଆବଶ୍ୟକ । ଏହା ସହିତ ଆବେଦନକାରୀଙ୍କ ପାଖରେ ପାସ୍ ସମ୍ବନ୍ଧୀୟ ଟ୍ରେଡ୍ ରେ ଆଇଟିଆଇ/ଏନଟିସି/ଏନଏସି ସାର୍ଟିଫିକେଟ ଥିବା ମଧ୍ୟ ଦରକାର ।

ବୟସ ସୀମା :  ୩୫ ବର୍ଷ ଭିତରେ

ବେତନ :  ୧୮ ହଜାର ରୁ ୬୯,୧୦୦୦ ଠଙ୍କା ପର୍ଯ୍ୟନ୍ତ । ଅଲଗା ଅଲଗା ପଦ ପାଇଁ ଅଲଗା ଅଲଗା ବେତନ ନିର୍ଦ୍ଧାରିତ ହୋଛି ।

କେମିତି କରିବେ ଆବେଦନ : ଇଚ୍ଛୁକ ପାର୍ଥୀ ଅଫିସିଆଲ୍ ୱେବସାଇଟ୍ lpsc.gov.in କୁ ଯାଇ ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.