ଅତି ଲାଭକାରୀ ଲବଙ୍ଗ, ଶରୀରର ଏହି ୫ଟି ସମସ୍ୟାକୁ ଚୁଟକିରେ କରଥାଏ ଦୂର

ଅଧିକାଂଶ ଲୋକମାନେ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ମସଲା ବ୍ୟବହାର କରିଥାନ୍ତି। ଏହି ସବୁ ମସଲା ମଧ୍ୟରେ ଲବଙ୍ଗରେ ତିଆରି ମସଲା ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ବାସ୍ନା ମଧ୍ୟ ବଢାଇଥାଏ। ଅନେକ ସମୟରେ ମଧ୍ୟ ଭୁଲ ଖାଦ୍ୟ-ପାନୀୟ ଯୋଗୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇଥାଏ। କିନ୍ତୁ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆପଣ ରୋଷେଇ ଘରେ ଥିବା ଜିନିଷ ବ୍ୟବହାର କରି ପାରିବେ। ଆଜ୍ଞା ହଁ ରୋଷେଇରେ ବ୍ୟବହାର କରାଯାଉଥିବା ମସଲା ଖାଦ୍ୟକୁ ସୁଆଦିଆ କରିବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଏହା ମଧ୍ୟରୁ ଗୋଟିଏ ହେଉଛି ଲବଙ୍ଗ, ଯେଉଁଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏଥିସହ ପୂଜା-ପାଠ ଏବଂ ମସଲା ରୂପେ ମଧ୍ୟ ଲବଙ୍ଗ ବ୍ୟବହାର କରାଯାଇଥାଏ। ପୁରୁଷମାନଙ୍କ ପାଇଁ ଲବଙ୍ଗ ଅତ୍ୟଧିକ ଉପକାରୀ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଲବଙ୍ଗ ବ୍ୟବହାର ଶରୀରର ପାଇଁ କିପରି ଲାଭକାରୀ ହୋଇଥାଏ।

cloveଗ୍ୟାସ ସମସ୍ୟା ଦୂର କରେ

ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଖାଦ୍ୟ-ପାନୀୟ ମଧ୍ୟରେ ପ୍ରାୟତଃ ଲୋକମାନଙ୍କର ଗ୍ୟାସ ସମସ୍ୟା ଦେଖାଯାଇଥାଏ। ଏହି କାରଣରୁ ପ୍ରତ୍ୟେକ ଦିନ ଔଷଧ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ଏହି ସମସ୍ୟାକୁ ଆପଣ ଘରୋଇ ଉପାୟରେ ଦୂର କରିପାରିବେ। ଗ୍ୟାସ ପାଇଁ ସବୁଠାରୁ ଲାଭକାରୀ ହେଉଛି ଲବଙ୍ଗ। ଗ୍ୟାସ ଏବଂ କବଜରୁ ମୁକ୍ତି ପାଇବା ପାର୍ଇ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଗୋଟେ ଗିଲାସ ପାଣିରେ କିଛି ବୁନ୍ଦା ଲବଙ୍ଗ ତେଲ ପକାଇ ସେବନ କରିବା ଦ୍ବାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ।

ଥଣ୍ଡା ପାଇଁ ଅତିଉପକାରୀ ଲବଙ୍ଗ

ଋତୁ ପରିବର୍ତ୍ତନ ସମୟରେ ସାଧାରଣତଃ ଲୋକମାନଙ୍କୁ ଜ୍ବର ବା ଥଣ୍ଡା ହୋଇଥାଏ। ଏହି ସମୟରେ ଲବଙ୍ଗ ସେବନ କରିବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳିବା ସହ ଗଳାରେ ହେଉଥିବା ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।

Clove Oilମୁହଁରୁ ଦୁର୍ଗନ୍ଧ ଦୂର କରେ

ପାଇରିଆ ବା ଅଧିକ ସମୟ ଭୋକରେ ରହିବା ଦ୍ବାରା ପାଟିରେ ଦୁର୍ଗନ୍ଧ ଆସିପାରେ। ଲବଙ୍ଗ ମୁହଁ ଦୁର୍ଗନ୍ଧ ଏବଂ ଦାନ୍ତ ଯନ୍ତ୍ରଣାରୁ ସର୍ବଦା ମୁକ୍ତି ଦେଇଥାଏ। ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦିନ ସକାଳୁ ଲବଙ୍ଗ ସେବନ କରନ୍ତୁ।

ତ୍ବଚାରୁ ଦାଗ ଦୂର କରିଥାଏ

ତ୍ବଚାର ସୁନ୍ଦରତା ପାଇଁ ମଧ୍ୟ ଲବଙ୍ଗ ଲାଭକାରୀ ହୋଇଥାଏ। ଯେଉଁ ଲୋକମାନଙ୍କ ତ୍ବଚାରେ ଦାଗ ବା ଡାର୍କ-ସର୍କଲ ହୋଇଥାଏ, ସେହି ଲୋକମାନଙ୍କ ପାଇଁ ଲବଙ୍ଗ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହି କାରଣରୁ ଆପଣ ଲବଙ୍ଗ ପାଉଡର କୌଣସି ଫେଶପ୍ୟାକ ବା ବେସନ ସହ ମିଶାଇ ତ୍ବଚାରେ ବ୍ୟବହାର କରନ୍ତୁ।

କେଶ ଝଡିବାରୁ ରକ୍ଷା କରିଥାଏ

ଅଧିକାଂଶ ଲୋକମାନଙ୍କର କେଶ ଝଡିବା ବା କେଶ ମୂଳ ଶୁଷ୍କ ହୋଇଯିବାର ସମସ୍ୟା ଦେଖାଯାଇଥାଏ। ଏଥିପାଇଁ ସବୁଠାରୁ ଲାଭକାରୀ ହେଉଛି ଲବଙ୍ଗ। ଏହି କାରଣରୁ ପ୍ରଥମେ ଲବଙ୍ଗକୁ ପାଣିରେ ସିଝାଇ ତାପରେ ସେହି ପାଣିରେ କେଶ ଧୁଅନ୍ତୁ। ଏପରି କରିବା ଦ୍ବାରା କେଶରେ ଚମକ ଦେଖାଯିବା ସହ ମଜବୁତ୍ ମଧ୍ୟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.