Below header

ରସୁଣ ଛଡାଇବାର ମଜାଦାର୍ ଉପାୟ, ୧୫ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି ଏହି ଭାଇରାଲ୍ ଭିଡିଓ

ସୋସିଆଲ୍ ମିଡିଆରେ ବିଭିନ୍ନ ଫଳ ଏବଂ ପନିପରିବାର ଚୋପାକୁ ଅତି ସହଜରେ ଛଡାବାର ବିଭିନ୍ନ ଭିଡିଓ ଆପଣ ନିହାତୀ ଦେଖିଥିବେ । ଯେପରି ଡାଳିମ୍ବ,ଆମ୍ବ ଆଦି ବିଭିନ୍ନ ଫଳ ଏବଂ ପରିବା । ତେବେ ଏହି ଭିଡିଓକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । ଏହି କ୍ରମରେ ଏବେ ଆଉ ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ରସୁଣ ଚୋପା ଛଡାଇବାର ସହଜ ଉପାୟ ଆପଣମାନେ ଦେଖିବାକୁ ପାଇବେ ।

garlicଏଯାଏଁ ରସୁଣ ଛଡାଇବାର ବିଭିନ୍ନ ପ୍ରକାରର ଭିଡିଓ ଆପଣ ଦେଖିଥିବେ । ଯେପରି କାଚ ଜାର୍ ରେ ରସୁଣ ପାଖୁଡାକୁ ପସାଇ ଜୋରରେ ସେକ୍ କରିବା ବା ରସୁଣକୁ ମଝିରୁ କାଟିକି ତାର ଚୋପାକୁ ସହରରେ ଛଡାଇବା ଆଦି ଉପାୟ ଦେଖିଥିବେ ।
କିନ୍ତୁ ଏହି ଭାଇରାଲ ଭିଡିଓରେ ଆପଣ ରସୁଣ ଚୋପାକୁ ଏକ ନୂଆ ଉପାୟରେ ଛଡାଯାଉଥିବାର ଦେଖିବାକୁ ପାଇବେ ।ଏଥିରେ ଛୁରୀକୁ ରସୁଣ ମଝିରେ ପସାଇ ଏପରି ଭାବେ ଭିଡାଯାଉଛି ଯେ, ଯାହାଦ୍ବାରା ଚୋପା ବହୁତ ସହଜରେ ବାହାରି ଆସୁଛି ।
ଏହି ଭିଡିଓକୁ ୧୫ ଲକ୍ଷ ଥର ଦେଖାଯାଇସାରିଥିବାବେଳେ, ୩ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍ କରିସାରିଲେଣି । ୧ଲକ୍ଷରୁ ଅଧିକ ରିଟ୍ବିଟ୍ ମଧ୍ୟ କରାଯାଇସାରିଲାଣି ।

ଆପଣ ମଧ୍ୟ ଦେଖନ୍ତୁ ଏହି ରସୁଣ ଛଡାଯାଉଥିବାର ଭାଇରାଲ୍ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.