୧୦ମ୍ ପାସ୍ କରିଛନ୍ତି ତୁରନ୍ତ କରନ୍ତୁ ଆବେଦନ, ITBP ରେ ଖାଲିପଡିଛି କନେଷ୍ଟବଳ ପଦବୀ
ITBP ରେ କନେଷ୍ଟବଳ ପୋଷ୍ଟ ଖାଲି। ୧୦ମ୍ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ମିଳିବ ମାସକୁ ୭୦ ହଜାର ପର୍ଯ୍ୟନ୍ତ ଦରମା । ଆବେଦନ କରିବା ପାଇଁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

ଭାରତ ତିବ୍ଦତ ବର୍ଡର ପୋଲିସ ବଳରେ କନେଷ୍ଟବଳ ପଦବୀ ଖାଲିପଡିଛି। ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ । ଇଣ୍ଡୋ ତିବ୍ଦତ ବର୍ଡର ପୋଲିସ ଫୋର୍ସର କନେଷ୍ଟବଳ ଜେନେରାଲ ଡ୍ୟୁଟି ପଦ ପାଇଁ କେବଳ ଅନଲାଇନ ଆବେଦନ କରିହେବ । ଏଥିପାଇଁ ଆପଣ ଆଇଟିବିପି ର ଅଫିସିଆଲ େଓ୍ଵବସାଇଟ recruitment.itbpolice.nic.in କୁ ଯାଇ ଆବେଦନ କରିପାରିବେ। ଅନ୍ୟକୌଣସି ପ୍ରକାରର ଆବେଦନ ସ୍ୱୀକାର କରାଯିବ ନାହିଁ ।
ପଦବୀ ବିବରଣୀ : ୭୧
କନେଷ୍ଟବଳ/ଜେନେରାଲ (ସ୍ପୋଟର୍ସପର୍ସନ)
ଜରୁରୀ ତାରିଖ : ଇଚ୍ଛୁକ ଥିବା ପ୍ରାର୍ଥୀ ୨୧ ମାର୍ଚ୍ଚ ୨୦୨୩ ପୂର୍ବରୁ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ ନିଶ୍ଚିତ ଭାବେ ୧୦ମ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ଆବେଦନ କରିବାର ବୟସ ସୀମା ୧୮ ବର୍ଷରୁ ୨୩ ବର୍ଷ ହେବା ଜରୁରୀ ।
ଆବେଦନ ଶୁଳ୍କ : ଆଇଟିବିପିର ଏହି ପଦବୀରେ ଆବେଦନ କରିବା ପାଇ ଅଣସରଂକ୍ଷିତ, ଓବିସି, EWS ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ । ହେଲେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ପ୍ରାର୍ଥୀ କିମ୍ବା ପୂର୍ବତନ ସୈନିକ ନିଶୁଳ୍କ ଆବେଦନ କରିପାରିବେ ।
ଦରମା : ନିଯୁକ୍ତ ହେବା ପ୍ରାର୍ଥୀଙ୍କୁ ମାସିକ ୨୧,୭୦୦ ଟଙ୍କାରୁ ଆରମ୍ଭ କରି ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://recruitment.itbpolice.nic.in/
https://img.freejobalert.com/uploads/2023/02/Detail-Notification-ITBP-Constable-GD-Vacancy.pdf