ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟିହେଲା ବୁଲେଟ, ଚାଳକ ମୃତ
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଯୋଡି ଗ୍ରାମ ନିକଟରେ ଦୁର୍ଘଟଣା। ଟ୍ରକ ପଛରେ ପିଟିହେଲା ବୁଲେଟ ଚାଳକ ମୃତ।
ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଯୋଡି ଗ୍ରାମ ନିକଟରେ ଦୁର୍ଘଟଣା । ଟ୍ରକ ପଛରେ ବୁଲେଟ ପିଟି ହେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦୁଝର ଟାଉନ ରେଭେନ୍ଯୁ କଲୋନିର ମୋହନ ଦାସ ବୋଲି ଜଣାପଡିଛି। ମୋହନ ଆଜି ସକାଳୁ ନିଜର ବୁଲେଟ ଗାଡ଼ିରେ ଶଳାର ର୍ନିବନ୍ଧରେ ଯୋଗଦେବା ପାଇଁ ଯାଜପୁର ଅଭିମୁଖେ ଯାଉଥିଲେ।
ଏତିକି ବେଳେ ବାଲିଯୋଡି ଗ୍ରାମ ନିକଟରେ ଏକ ଟ୍ରକ ପଛରେ ତାଙ୍କ ବୁଲେଟ ଭାରସାମ୍ଯ ହରାଇ ଧକ୍କା ହୋଇଥିଲା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।