ବିନ୍ଦାସ ଅନ୍ଦାଜରେ ଜ୍ୱାଇଁକୁ ସିଗାରେଟ୍ ପିଆଇ ସ୍ୱାଗତ କଲେ ଶାଶୁ ଶ୍ୱଶୂର, ଭାଇରାଲ୍ ହେଉଛି ଭିଡିଓ
କେତେବେଳେ କେଉଁଠି ବର ଓ କନିଆଁଙ୍କର ଅଜବ ହରକତ ସାମ୍ନାକୁ ଆସିଥାଏ ତ କେଉଁଠି ଅଜର ବିବାହ ପରମ୍ପରା ଦେଖିବାକୁ ମିଳିଥାଏ। ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଗୁଜରାଟର ଏକ ବିବାହ ଉତ୍ସବରେ। ଯାହାର ଭିଡିଓ ଏବେ ବେଶ୍ ଭାଇରାଲ୍ ହେଉଛି ।
ଏଇ ଅଜବ ଦୁନିଆରେ ପ୍ରତିଦିନ ଦେଖିବାକୁ ମିଳିଥାଏ ଗଜବ ଘଟଣା । ଯାହା ସର୍ବଦା ଆଲୋଚନାର ପରିସରକୁ ଆସିଥାଏ । ବିଶେଷ କରି ବିବାହ ଉତ୍ସବ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। କେତେବେଳେ କେଉଁଠି ବର ଓ କନିଆଁଙ୍କର ଅଜବ ହରକତ ସାମ୍ନାକୁ ଆସିଥାଏ ତ କେଉଁଠି ଅଜର ବିବାହ ପରମ୍ପରା ଦେଖିବାକୁ ମିଳିଥାଏ। ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଗୁଜରାଟର ଏକ ବିବାହ ଉତ୍ସବରେ। ଯାହାର ଭିଡିଓ ଏବେ ବେଶ୍ ଭାଇରାଲ୍ ହେଉଛି ।
କନିଆଁ ଘର ଲୋକେ କବେଳ ନିଜ ପୁରୁଣା ପରମ୍ପରାକୁ ପାଳନ କରିଛନ୍ତି ତା ନୁହେଁ ସିଗାରେଟ୍ ଲଗାଇ ପୁରା ମହୋଲ ଗରମ କରିଦେଇଛନ୍ତି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଝିଅ ଘର ଲୋକ ବରକୁ ସ୍ବାଗତ କରିବା ସମୟରେ ତାଙ୍କୁ ସମ୍ମାନ ଜଣାଇବା ସହ ସିଗାରେଟ୍ ଜଳାଇ ବର ପାଟିରେ ଦେଉଛନ୍ତି। ବର ଜଣଙ୍କ କେବଳ ସିଗାରେଟ୍କୁ ପାଟିରେ ଧରିଛନ୍ତି । ତେବେ ଝିଅ ବାପା ମା କିନ୍ତୁ ଏହି ରୀତିନୀତି ସରିବା ପରେ ତୁରନ୍ତୁ ସିଗାରେଟ୍କୁ ବର ମୁହଁରୁ କାଢ଼ି ନେଉଥିବା ଦେଖିବାକୁ ମଳିିଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ମିଲିଅନ୍ରୁ ଅଧିକ ଲୋକ ଦେଖିସାରିଲେଣି।
ସେପଟେ ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ଚକିତ ହୋଇପଡିଛନ୍ତି। ବିବାହରେ ଏଭଳି ଏକ ପରମ୍ପରା ଥିବା ନେଇ କିଛି ଲୋକେ ପ୍ରଶ୍ନ କରିଛନ୍ତି। ବିଭିନ୍ନ ୟୁଜର୍ସମାନଙ୍କୁ ଠାରୁ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ସାମ୍ନାକୁ ଆସିଛି। କେହି ଏହାକୁ ମଜାର ସହ ଗ୍ରହଣ କରିଛନ୍ତି ତ ଆଉ କିଏ ଏହାକୁ ପରିହାସ ଓ ସମାଲୋଚନା କରିଛନ୍ତି।
View this post on Instagram
ନିଜ ଜ୍ୱାଇଁ ମୁହଁରେ ମିଠା ଦେବା ବଦଳରେ ସିଗାରେଟ୍ ଦେଇଛନ୍ତି କନିଆଁଙ୍କର ବାପା-ମା’। ଏଭଳି କିଛି ଢ଼ଙ୍ଗରେ ନୂଆ ଜ୍ୱାଇଁକୁ ବିବାହ ସମୟରେ ସ୍ୱାଗତ କରିଛନ୍ତି ଶାଶୁ ଓ ଶ୍ୱଶୂର। ୟୁଟ୍ୟୁବ୍ ବ୍ଲଗର ଜୁହି ପଟେଲ ନାମକ ଜଣେ ୟୁଜର୍ସ ନିଜ ଇନ୍ଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରିଥିଲେ। ଏଭଳି ନିଆରା ଦୃଶ୍ୟ ଏବେ ସାମ୍ନାକୁ ଆସିବାପରେ ବେଶ୍ ଭାଇରାଲ ହେବାରେ ଲାଗିଛି।