Below header

ଲଞ୍ଚ୍‌ ହେଲା ବୁଲେଟ୍‌ରୁ ଅଧିକ ପାଓ୍ଵାରଫୁଲ୍‌ BS-VI Jawa Perak, ଜାଣନ୍ତୁ କେତେ ରହିଛି ଦାମ୍‌

ଏକ ଲମ୍ବା ସମୟର ବ୍ୟବଧାନ ପରେ ଜାଓ୍ଵା ଶେଷରେ ଲଞ୍ଚ୍‌ କରିଛି ନିଜ ବୋବର୍‌ ବାଇକ୍‌ ‘Perak’। କମ୍ପାନୀ ଏହି ବାଇକ୍‌କୁ ୧.୯୫ ଲକ୍ଷ ଟଙ୍କାରେ ଏକ୍ସ-ଶୋ’ରୁମ୍‌ ମୂଲ୍ୟରେ ବଜାର ପ୍ରବେଶ କରାଇଛି। କମ୍ପାନୀ ପୂର୍ବରୁ ଘୋଷଣା କରିଥିଲା, Perakକୁ ଭାରତରେ ୧.୮୯ ଲକ୍ଷ ଟଙ୍କା ମୂଲ୍ୟରେ ଲଞ୍ଚ୍‌ କରାଯିବ। କିନ୍ତୁ ବିଏସ୍‌-୬ ମାନକ ଥିବା ଇଞ୍ଜିନ୍‌ ଲାଗି ବାଇକ୍‌ର ମୂଲ୍ୟ ବଢ଼ିବାର ସମ୍ଭାବନା ରହିଥିଲା।

ଏହାସହ ପଢ଼ନ୍ତୁ: ବର୍ତ୍ତମାନ ସବୁ ବର୍ଗର ଲୋକମାନେ ପାଇପାରିବେ ମାଗଣା ଗ୍ୟାସ କନେକ୍ସନ, ସରକାର ଜାରି କଲେ ଅଧିସୂଚନା

ଷ୍ଟାଇଲିଙ୍ଗ୍‌ ଏବଂ ଇଞ୍ଜିନ୍‌

Perakର ଷ୍ଟାଇଲିଙ୍ଗ୍‌ ଭାରତୀୟ ବଜାରରେ ଉପଲବ୍ଧ ଜାଓ୍ଵାର ବାଇକ୍ସଠାରୁ ବହୁତ ଅଲଗା ରହିବ। ଏହା ଏକ ବୋବର ଷ୍ଟାଇଲ୍‌ ବାଇକ୍‌ ହେବ, ଯେଉଁଥିରେ ଲମ୍ବା ସ୍ୱିଙ୍ଗ୍‌ଆର୍ମ ଏବଂ ପଛରେ ଟ୍ଵିନ୍‌ ସସ୍‌ପେଶନ ଜାଗାରେ ମୋନୋଶକ୍‌ ସସ୍‌ପେଶନ ଦିଆଯାଇଛି। ଜାଓ୍ଵା କ୍ଲାସିକ୍‌ ଏବଂ ୪୨ରେ ଏଠାରେ ଡ୍ରମ୍‌ ବ୍ରେକ୍‌ ସେଟ୍‌ଅପ ରିୟରରେ ଉପଲବ୍ଧ ରହିଥାଏ। କିନ୍ତୁ Perakରେ ଡୁଆଲ୍‌ ଚ୍ୟାନେଲ ABS ସହ ଆଗରେ ଏବଂ ପଛରେ ଡିସ୍କ ବ୍ରେକ୍ସ ଦିଆଯାଇଛି। ଯେହେତୁ ଏହା ଏକ ବୋବର୍‌ ବାଇକ୍‌, ତେଣୁ ଏଥିରେ ସିଙ୍ଗଲ୍‌ ସିଟ୍‌ ଦିଆଯାଇଛି।

bike3

ଏହାସହ ପଢ଼ନ୍ତୁ: ଅତିଶୀଘ୍ର ବଢିବ ଟ୍ରେନରେ ମିଳୁଥିବା ଖାଦ୍ୟ ପାନୀୟ ଦର

ଇଞ୍ଜିନ୍‌

Perakରେ ଆପଣଙ୍କୁ 334cc liquid-cooled single-cylinder ଇଞ୍ଜିନ୍‌ ମିଳିବ, ଯାହାକି 30.4bhp ପାଓ୍ଵାର୍‌ ଏବଂ 31Nmର ଟର୍କ ଜେନେରେଟ୍‌ କରିବ। ପାଓ୍ଵାର୍‌ ଏବଂ ଟର୍କ ମାମଲାରେ ଏହି ବାଇକ୍‌ Classic ଏବଂ Forty Twoରୁ ଆଗରେ ଅଛି। ଏହାସହ ଏଥିରେ ୬ଟି ଗିୟର୍‌ ରହିବ। ଜାଓ୍ଵାର ବାଇକ୍‌ଗୁଡ଼ିକ ଆଜି ଦେଶରେ ବହୁତ ଚର୍ଚ୍ଚିତ ଅଛି ଏବଂ ଲୋକେ ମଧ୍ୟ ଏହାପ୍ରତି ବହୁତ ଆକର୍ଷିତ ହେଉଛନ୍ତି। ଦେଶର ୮୫ଟି ସହରରେ କମ୍ପାନୀର ପାଖାପାଖି ୧୦୦ଟି ଡିଲରଶିପ୍‌ ରହିଛି।

bike4

ଏହାସହ ପଢ଼ନ୍ତୁ: ଇନ୍‌କମ ଟ୍ୟାକ୍ସର ଏହି ନିୟମକୁ ବଦଳାଇବାକୁ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର, ସାଧାରଣ ଜନତାଙ୍କ ଉପରେ ପଡ଼ିବ…

ଥଣ୍ଡରବର୍ଡକୁ ଦେବ ଟକ୍କର

ଏହି ବାଇକ୍‌ ରୟାଲ୍‌ ଏନ୍‌ଫିଲ୍ଡର 350cc ଏବଂ 500cc ବାଇକ୍‌ ସହ ମୁକାବିଲା କରିବ। ଦିଲ୍ଲୀରେ Royal Enfield Thunderbird 350Xର ଅନ୍‌ରୋଡ୍‌ ଦାମ୍‌ ପାଖାପାଖି ୧.୭୮ ଟଙ୍କା ରହିଛି। ସେଠି 500cc Royal Enfield Classic 500ର ମୂଲ୍ୟ ପାଖାପାଖି ୨.୦୨ ଲକ୍ଷ ଟଙ୍କା ଅଛି। ପାଓ୍ଵାର ମାମଲାରେ ଜାଓ୍ଵାର ଏହି ବାଇକ୍‌ ନିଜ ରାଇଭାଲ୍‌ରୁ ବହୁତ ଆଗରେ ରହିଛି। ଏହା ଯେଉଁଠି 30.4bhp ପାଓ୍ଵାର ଦେବ, ସେଠି Royal Enfield 350cc ବାଇକ୍‌ 20bhp ଏବଂ 500cc ବାଇକ୍‌ ପାଖାପାଖି 27bhp ପାଓ୍ଵାର୍‌ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.