Jio ଓ Airtelର ଏହି ପ୍ଲାନ ଗୁଡିକରେ ଗ୍ରାହକଙ୍କୁ ମିଳିବ ଅନଲିମିଟେଡ଼ ଡାଟାର ସୁବିଧା, ଜାଣି ରଖନ୍ତୁ ଏଗୁଡିକ ବିଷୟରେ

ଟେଲିକମ କମ୍ପାନୀ ଗୁଡିକ ମଧ୍ୟରେ ଲାଗି ରହିଥିବା ପ୍ରତିଯୋଗିତା ନେଇ ସାଧାରଣ ଲୋକେ କେଉଁଟିକୁ ବାଛିବେ ସେ ନେଇ ଦ୍ଵନ୍ଦରେ ପଡୁଛନ୍ତି । ସେଥିପାଇଁ ଉପଭୋକ୍ତାଙ୍କ ଦ୍ଵନ୍ଦକୁ ଦୂର କରିବା ପାଇଁ ଦୁଇ କମ୍ପାନୀର ବିଭିନ୍ନ ପ୍ଲାନ ଗୁଡିକ ଉପରେ ଏକ ବିସ୍ତୃତ ବିବରଣୀ ନେଇ ଆସିଛୁ ଯେଉଁଥିପାଇଁ ଆପଣଙ୍କ ଦ୍ଵନ୍ଦ କିଛିଟା କମିଯିବ ।

ଜିଓର ୨୦୨୦ ଟଙ୍କିଆ ପ୍ଲାନ:

ଜିଓ କମ୍ପାନୀର ନୂଆ ବର୍ଷ ଆରମ୍ଭରୁ ହିଁ ନିଜ ଗ୍ରାହକଙ୍କ ପାଇଁ ୨୦୨୦ ଟଙ୍କାର ଏକ ଅନଲିମିଟେଡ଼ ପ୍ଲାନ ୟୁଜର୍ସ ମାନଙ୍କ ପାଇଁ ନେଇ ଆସିଥିଲା । ଏହି ପ୍ଲାନରେ ଉପଭୋକ୍ତା ମାନଙ୍କୁ ପ୍ରତିଦିନ ୧.୫ ଯିବି ଡାଟା ସହ ସମୁଦାୟ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଏହାବାଦ ଉପଭୋକ୍ତା ମାନେ ଜିଓ ନେଟୱର୍କ ଉପରେ ଅନଲିମିଟେଡ଼ କଲ ମଧ୍ୟ କରିପାରିବେ । ଏହି ପ୍ଲାନର ବୈଧତା କମ୍ପାନୀ ତରଫରୁ ୩୬୫ ଦିନ ପାଇଁ ରଖା ଯାଇଛି ।

jio and airtel

ଜିଓର ୫୯୯ ଟଙ୍କିଆ ପ୍ଲାନ:

ଏହି ପ୍ଲାନ ମାଧ୍ୟମରେ ଉପଭୋକ୍ତା ମାନଙ୍କୁ ପ୍ରତିଦିନ ୨ ଜିବି ଡାଟା ସହ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଜିଓ ନେଟୱର୍କକୁ ଅନଲିମିଟେଡ଼ କଲ ମଧ୍ୟ କରିପାରିବେ । ଏହି ପ୍ଲାନର ଅବଧି ୮୪ ଦିନ ପର୍ଯ୍ୟନ୍ତ ହିଁ ରହିବ ।

ଏୟାରଟେଲର ୧୪୯୮ ଟଙ୍କିଆ ପ୍ଲାନ;

କମ୍ପାନୀ ତରଫରୁ ଏହି ପ୍ଲାନଟିକୁ ଲମ୍ବା ସମୟର ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରାଯାଇଛି । ଏଥିରେ ଗ୍ରାହକଙ୍କୁ ୨୪ ଜିବି ଡାଟା ସହ ମୋଟ ୩୬୦୦ ଏସଏମଏସର ସୁବିଧା ଉପଲବ୍ଧ ହେବ । ଏହା ସହ ଯୁଜର୍ସ କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ କରିପାରିବେ । ଏହାର ବୈଧତା ୩୬୫ ଦିନ ପର୍ଯ୍ୟନ୍ତ ରହିବ ବୋଲି ମଧ୍ୟ ଜଣାଯାଇଛି ।

jio and airtel

ଏୟାରଟେଲର ୬୯୮ ଟଙ୍କିଆ ପ୍ଲାନ:

ଏୟାରଟେଲର ଏହି ପ୍ଲାନରେ ଉପଭୋକ୍ତା ମାନଙ୍କୁ ପ୍ରତିଦିନ ୨ ଜିବି ଡାଟା ସହ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଏହା ସହ ସେମାନେ କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ ମଧ୍ୟ କରିପାରିବେ । ଏହାର ଅବଧି ୮୪ ଦିନ ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି ।

ସୂଚନା ଦେବା ଯୋଗ୍ୟ କି ଜିଓ ଓ ଏୟାରଟେଲ ଉଭୟ କମ୍ପାନୀ ଗତ ବର୍ଷ ଡିସେମ୍ବର ମାସରେ ହିଁ ତାରିଫ ପ୍ଲାନ ଗୁଡିକର ଦର ବଢାଇଥିଲେ | ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.