Happy New year ଅଫର ଲଞ୍ଚ କଲା ଜିଓ, ଗ୍ରାହକଙ୍କୁ ମିଳିବ ଅନଲିମିଟେଡ଼ କଲିଙ୍ଗ ସୁବିଧା

ଜିଓ ନିଜ “ହ୍ୟାପି ନ୍ୟୁ ଇୟର ଅଫର 2021” ଲଂଚ କରିଛି । ପୂର୍ବ ବର୍ଷ ପରି ଏହି ନୂଆ ପ୍ଲାନ ଜରିଆରେ ଗ୍ରାହକ ମାନେ ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଲ କରିପାରିବେ । ଆଉ ମଧ୍ୟ ଟେଲିକମ ଅଥୋରିଟି ଅଫ ଇଣ୍ଡିଆ ବା ଟ୍ରାଇ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ଖୁବ ଶୀଘ୍ର କମ୍ପାନୀ ନିଜ ଆଇୟୁସି ବନ୍ଦ କରିବା ନେଇ ଯୋଜନା ଜାରି ରଖିଛି । ଏହା ସହ ନିଜ ୪ ଟି ବେଷ୍ଟ ପ୍ରି ପେଡ଼ ପ୍ଲାନ ବାବଦରେ ବି ଘୋଷଣା କରିଛି କମ୍ପାନୀ । ଯେଉଁଥିରେ ସାମିଲ ଅଛି ୧୨୯ଟଙ୍କିଆ, ୧୪୯ ଟଙ୍କିଆ, ୧୯୯ ଟଙ୍କିଆ ଓ ୫୫୫ ଟଙ୍କିଆ ପ୍ଲାନ । ଯାହାର ବୈଧତା ୨୮ ଦିନ, ୨୪ ଦିନ, ୨୮ ଦିନ ଓ ୮୪
ଦିନ ପର୍ଯ୍ୟନ୍ତ ରହିବ । ୧୨୯ ଟଙ୍କିଆ ପ୍ଲାନରେ ଅନଲିମିଟେଡ଼ କଲିଙ୍ଗ ସହ ୨ ଜିବି ଡାଟା, ୧୪୯ ଟଙ୍କିଆ ପ୍ଲାନରେ ପ୍ରତିଦିନ ୧ ଜିବି ଡାଟା ସମେତ ଅନଲିମିଟେଡ଼ କଳିଙ୍ଗ ସୁବିଧା ମିଳିବ ।

jio image

ଯେବେକି ୧୯୯ ଟଙ୍କିଆ ପ୍ଲାନରେ ୧.୫ ଜିବି ଡାଟା ସହ ଅନଲିମିଟେଡ଼ କଳିଙ୍ଗ ସୁବିଧା ପାଇପାରିବେ । କହିରଖିବା ଉଚିତ ହେବକି, ଜିଓର ୫୫୫ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୧.୫ ଜିବି ଡାଟା ସମେତ ଯେକୌଣସି ନେଟୱର୍କକୁ କଲିଙ୍ଗ ସୁବିଧା ମିଳିବ । କହିରଖିବା ଉଚିତ ହେବକି, ଗତ ବର୍ଷ ଡିସେମ୍ବର ୩୧ ତାରିଖରେ ଜିଓ ପ୍ରଥମ ଥର ପାଇଁ ଆଇୟୁସି ବା ଇଣ୍ଟର କନେକଟ ଚାର୍ଜ ଲାଗୁ କରିଥିଲା । ଏହି ଅଧୀନରେ ଜିଓର ପ୍ରତି ପ୍ଲାନରେ କିଛି କିଛି ଆଇୟୁସି ମିନିଟସ ମିଳି ଆସୁଥିଲା ।

କହିରଖିବା ଉଚିତ ହେବକି, ଦେଶରେ ଜିଓ ହେଉଛି ଏକମାତ୍ର ଟେଲିକମ କମ୍ପାନୀ ଯାହାକି ନିଜ ପ୍ଲାନ ଗୁଡିକ ଉପରେ ଆଇୟୁସି ଜାରି କରିଥିଲା । ଏୟାରଟେଲ, ଭୋଡାଫୋନ, ଆଇଡ଼ିଆ, ବିଏସଏନଏଲ କମ୍ପାନୀ ମାନ ଏହାକୁ ଜାରି କରି ନଥିବା ବେଳେ ଜିଓ ପକ୍ଷରୁ ଏମିତି ଏକ ପଦକ୍ଷେପ ନିଆଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.