ମୟୁରଭଞ୍ଜ: ବାଟବଣା ହୋଇ ଗାଁ ଭିତରକୁ ଚାଲିଆସିଲା ବିରାଟକାୟ ସମ୍ବର, ବନବିଭାଗ ଉଦ୍ଧାର କଲାବେଳେ ଚାଲିଗଲା ଜୀବନ

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜର ରାଣିପାଟ ଗାଁରୁ ଏକ ବିରାଟକାୟ ସମ୍ବର ଉଦ୍ଧାର କରାଯାଇଥିଲା। ସମ୍ବରଟି ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରୁ ବାଟବଣା ହୋଇ ଚାଲି ଆସିଥିବା ଅନୁମାନ କରାଯାଉଛି । ଆଜି ଅପରାହ୍ନ ୪ଟା ସମୟରେ ଏହି ସମ୍ବରଟି ଗାଁ ଭିତରକୁ ଚାଲିଆସିଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ବନବିଭାଗ ସମ୍ବରଟିକୁ ଜଙ୍ଗଲକୁ ଘଉଡ଼ାଇବା ସମୟରେ, ରାଣିପାଟ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲା ।
କିଛି ସମୟ ପରେ ଗାଁ ଲୋକ ଓ ବନବିଭାଗ ମିଶି ସମ୍ବରଟିକୁ ଉଦ୍ଧାର କରୁଥିବା ବେଳେ ହୃଦଘାତରେ ସମ୍ବରଟିର ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି। ତେବେ ଘଟଣା ସ୍ଥଳରୁ ମୃତ୍ୟୁ ସମ୍ବରଟିକୁ ବନବିଭାଗ ଉଦ୍ଧାର କରି ବ୍ୟେବଚ୍ଛେଦ ପାଇଁ କରଞ୍ଜିଆ ପଶୁ ଡାକ୍ତର ଖାନାକୁ ପଠାଇଛି।