Below header

୨୦୨୦-୨୧ ଶିକ୍ଷାବର୍ଷରେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ମଇ ୪ରୁ ହେବ, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ୨୦୨୦-୨୧ ଶିକ୍ଷାବର୍ଷରେ ସିବିଏସ୍‌ଇ ବୋର୍ଡ ପରୀକ୍ଷା  ମଇ ୪ରୁ ଜୁନ ୧୦ ତାରିଖ ଯାଏଁ ହେବେ । ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ମାସ ୪ ତାରିଖରେ ଧାର୍ଯ୍ୟ ହୋଇଛି। ୧୫ ଜୁଲାଇ ମଧ୍ୟରେ ଫଳାପଳ ପ୍ରକାଶ କରାଯିବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପରୀକ୍ଷାର ରୂପରେଖ ଘୋଷଣା କରିଛନ୍ତି । ଗତ ୨୨ ତାରିଖ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଥିଲେ, ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଅନୁରୋଧ କରିଛନ୍ତି ।

ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରୀ ମାସରେ ପରୀକ୍ଷା କରାଯିବ ନାହିଁ । ଏଥି ସହ ମନ୍ତ୍ରୀ କହିଥିଲେ, ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫ୍‌ଲାଇନ୍‌ରେ କରାଯିବ । କୌଣସି ପରିସ୍ଥିତିରେ ପରୀକ୍ଷା ବାତିଲ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.