Below header

Jio ଲଞ୍ଚ କଲା ଖାସ ମୋବାଇଲ ଆପ, ଲକ ଡାଉନ ସମୟରେ ଘରେ ବସି ବି କରି ପାରିବେ ରୋଜଗାର

ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଲକ ଡାଉନ ଅବସ୍ଥାକୁ ଧ୍ୟାନରେ ରଖି ଏକ ବିଶେଷ ମୋବାଇଲ ଆପ ଲଞ୍ଚ କରିଛି । ଏହି ଆପର ନାଁ କମ୍ପାନୀ jio ପୋଷ ଲାଇଟ ରଖିଛି । ଏହି ମୋବାଇଲ ଆପ ଜରିଆରେ ଲୋକେ ଜିଓର ପାର୍ଟନର ହେବା ସହ ଜିଓ ୟୁଜର୍ସଙ୍କ ମୋବାଇଲ ରିଚାର୍ଜ କରି କିଛି କମିଶନ ମଧ୍ୟ ପାଇ ପାରିବେ । ଏହି ଆପର ଆଉ ଏକ ବିଶେଷତା ହେଉଛି ଏହାର ରେଜିଷ୍ଟ୍ରେସନ ପାଇଁ କୌଣସି ପ୍ରକାର ଜରୁରୀ କାଗଜ ପତ୍ରର ଆବଶ୍ୟକତା ପଡିବ ନାହିଁ ।

jio app

ଯେବେକି ଜିଓର ଲାଟେଷ୍ଟ ମୋବାଇଲ ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ସହଜରେ ଡାଉନ ଲୋଡ଼ କରାଯାଇ ପାରିବ । ଏଠାରେ କହିରଖିବା ଉଚିତ ହେବକି, ଏହା ପୂର୍ବରୁ ଲୋକେ କମ୍ପାନୀର ଅଫିସିଆଲ ସାଇଟକୁ ଯାଇ ଜିଓ ନମ୍ବର ରିଚାର୍ଜ କରୁଥିଲେ ମଧ୍ୟ ସେମାନଙ୍କୁ କୌଣସି ପ୍ରକାର କମିଶନ ମିଳୁନଥିଲା । କମ୍ପାନୀ ନିଜ ସହ ଜଡିତ ଥିବା ପ୍ରତି ପାର୍ଟନରଙ୍କୁ ପ୍ରତି ରିଚାର୍ଜ ଉପରେ 4.16 ପ୍ରତିଶତ ପର୍ଯ୍ୟନ୍ତ କମିଶନ ଦେବା ନେଇ ଘୋଷଣା କରିଛି । ଏହି କମିଶନ ରାଶି ଲୋକଙ୍କ ବ୍ୟାଙ୍କ କିମ୍ବା ଇ- ୱାଲେଟ ମାଧ୍ୟମରେ ହିଁ ଜମା ହେବ ।

ଏହା ବାଦ ଏହି ମୋବାଇଲ ଆପ କୌଣସି ଲୋକଙ୍କ 20 ଦିନର ରିଚାର୍ଜ ହିଷ୍ଟ୍ରୀ ବିଷୟରେ ବି ସହଜରେ ସୂଚନା ଦେବ । ବ୍ୟକ୍ତି ଜିଓ ପୋଷ ଲାଇଟରେ ରେଜିଷ୍ଟାର କରିବା କ୍ଷଣି ସେମାନଙ୍କୁ ଇ- ବାଲଟ ସହ ଆଡ଼ କରିବା ପାଇଁ ନିର୍ଦ୍ଦେଶ ଆସିବ । ଏଥିରେ ଲୋକେ 500 ରୁ ଆରମ୍ଭ କରି 2,000 ପର୍ଯ୍ୟନ୍ତ ଜମା କରିପାରିବେ । ଉଦାହରଣ ସ୍ୱରୂପ ଯଦି ଆପଣ 100 ଟଙ୍କାର ରିଚାର୍ଜ କରନ୍ତି, ତେବେ ଆପଣଙ୍କୁ 4.16 ଟଙ୍କା ପର୍ଯ୍ୟନ୍ତର କମିଶନ ମିଳିଯାଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.