Below header

ଗ୍ରାହକଙ୍କୁ Jio ଦେଲା ବଡ ଝଟକା, କମାଇଲା ଏହି ପ୍ରିପେଡ଼ ପ୍ଲାନର ବୈଧତା

ଦେଶର ଅନ୍ୟତମ ଟେଲିକମ କମ୍ପାନୀ ଜିଓ ନିଜ ଗ୍ରାହକ ମାନଙ୍କୁ ଝଟକା ଦେବାକୁ ଯାଇ ନିଜ ୧୨୯୯ ପ୍ଲାନର ବୈଧତା କମାଇ ଦେଇଛି । ଏବେ ଗ୍ରାହକଙ୍କୁ ଏହି ପ୍ୟାକ ୩୩୬ ଦିନ ସମୟ ସୀମା ପର୍ଯ୍ୟନ୍ତ ହିଁ ମିଳିପାରିବ । କମ୍ପାନୀ ତରଫରୁ କିନ୍ତୁ ଏହି ପ୍ଲାନ ପାଇଁ ୩୬୫ ଦିନର ଅବଧି ଦିଆ ଯାଉଥିଲା ।

ଜିଓର ୧୧୯୯ ଟଙ୍କିଆ ପ୍ଲାନ:

ଜିଓର ଏହି ପ୍ଲାନରେ ୟୁଜର୍ସଙ୍କୁ ୨୪ ଜିବି ଡାଟା ସମେତ ୩୬୦୦ ଏସଏମଏସ ର ସୁବିଧା ମିଳିପାରିବ । ଗ୍ରାହକ ମାନେ ଜିଓ ରୁ ଜିଓକୁ ଅନଲିମିଟେଡ଼ କଲିଙ୍ଗ ବି କରିପାରିବେ । ଅନ୍ୟ ନେଟୱର୍କକୁ କଲ କରିବା ପାଇଁ ୧୨୦୦ ଏଫୟୁବି ମିନିଟ ବି ମିଳିପାରିବ ।

jio new

ଜିଓର ୩୨୯ ଟଙ୍କିଆ ପ୍ଲାନ:

ଜିଓର ଏହି ପ୍ଲାନରେ ଗ୍ରାହକଙ୍କୁ ୮୪ ଦିନ ପର୍ଯ୍ୟନ୍ତର ବୈଧତା ମିଳିଥାଏ । ସମସ୍ତ ନେଟୱର୍କକୁ କଳିଙ୍ଗ ପାଇଁ ୧୦୦୦ ମିନିଟର ସମୟ ସୀମା ମିଳିଥାଏ । ଗ୍ରାହକଙ୍କୁ ଏହି ପ୍ଲାନରେ ୬ ଜିବି ଡାଟା ମିଳିଥାଏ । ଏହି ପ୍ଲାନରେ ଜିଓର ସମସ୍ତ ଆପ୍ସ କୁ ଏକସେସ ମିଳିଥାଏ ।

ଜିଓର ୨୯୭ ଟଙ୍କିଆ ପ୍ଲାନ:

ଜିଓ ପାଖରେ ଥିବା ୨୯୭ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୮୪ ଦିନ ପର୍ଯ୍ୟନ୍ତର ବୈଧତା ମିଳିଥାଏ । ଅବଶ୍ୟ ଏହି ପ୍ଲାନ କେବଳ ଜିଓ ଫୋନ ପାଇଁ ହିଁ ଉପଲବ୍ଧ ଅଛି । ଜିଓର ଏହି ପ୍ଲାନରେ ଗ୍ରାହକଙ୍କୁ ୮୪ ଦିନର ବୈଧତା ମିଳିଥାଏ ।

jio new

ଜିଓର ୯୮ ଟଙ୍କିଆ ପ୍ଲାନ:

ଜିଓର ଏହି ପ୍ଲାନରେ ଆପଣଙ୍କୁ ୨ ଜିବି ଡାଟା ଓ ୩୦୦ ଏସଏମଏସର ସୁବିଧା ମିଳିଥାଏ । ଆପଣ ଜିଓ ନେଟୱର୍କ କୁ ଅନଲିମିଟେଡ଼ କଲିଙ୍ଗ ବି କରିପାରିବେ । କିନ୍ତୁ ଅନ୍ୟ ନେଟୱର୍କ କୁ କଲ କରିବା ପାଇଁ ଆପଣଙ୍କୁ ଏକ ଆଇୟୁସି ମିନିଟ ମିଳିବ । ଯେବେକି ଏହାର ଵୈଧତା ୨୮ ଦିନ ପର୍ଯ୍ୟନ୍ତ ହିଁ ରହିବ ।

ଜିଓର ୧୨୯ ଟଙ୍କିଆ ପ୍ଲାନ:

କମ୍ପାନୀର ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ସହ ୩୦୦ ଏସଏମଏସ ସୁବିଧା ମିଳିଥାଏ । ଆପଣ ଜିଓ ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ ବି କରିପାରିବେ । ଅବଶ୍ୟ କମ୍ପାନୀ ଅନ୍ୟ ନେଟୱର୍କକୁ କଳିଙ୍ଗ ପାଇଁ ୧୦୦୦ ଏଫୟୁବି ମିନିଟ ବି ଯୋଗାଇବ । ଯେବେକି ଏହାର ବୈଧତା ରହିଛି ୨୮ ଦିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.