ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପଞ୍ଚମ ଦିନ: ସକାଳ ୭ଟାରୁ ଆରମ୍ଭ ହୋଇଛି ହକି; ଆର୍ଚେରୀ ଓ ବକ୍ସିଂରେ ଜମିବ ଲଢେଇ

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟରେ ଜମୁଛି ଲଢେଇ । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ପଞ୍ଚମ ଦିନ । ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ହକି ଲଢେଇ । ଝିପିଝିପି ବର୍ଷା ସତ୍ତ୍ୱେ କିଟ୍‌ରେ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁ ଖେଳ ଜାରି ରହିଛି । ସେହିପରି ୯ଟାରୁ ଆର୍ଚେରୀ ଆରମ୍ଭ ହୋଇଥିବା ବେଳେ ୧୧ଟାରୁ ବକ୍ସି ଆରମ୍ଭ ହେବ । ସମସ୍ତ ଜାକ ଇଭେଣ୍ଟ କିଟ୍‌ କ୍ୟାମ୍ପସ ୧୩ରେ ଖେଳାଯିବ ।

khelo indiaସେପଟେ ଗତକାଲି ଖେଳାଯାଇଥିବା ଭଲିବଲ୍‌ ମହିଳା ଫାଇନାଲରେ ବାଜି ମାରି ଗୋଲ୍ଡ ହାତେଇଛି ମଇସୁର ବିଶ୍ୱବିଦ୍ୟାଳୟ । ସିଲଭର୍‌ ଜିତିଛି ପଞ୍ଜାବ ବିଶ୍ୱ ବିଦ୍ୟାଳୟ । ସେପଟେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛି ଏଚପି ବିଶ୍ୱ ବିଦ୍ୟାଳୟ । ପୁରୁଷ ବିଭାଗ ଭଲିବଲରେ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛି କୁରୁକ୍ଷେତ୍ର ବିଶ୍ୱ ବିଦ୍ୟାଳୟ । ଏସଆରଏମ ବିଶ୍ୱବିଦ୍ୟାଲୟ ରୋପ୍ୟ ପଦକ ଜିତିଥିବା ବେଳେ, ବ୍ରୋଞ୍ଜ ଜିତିଛି ମାଙ୍ଗାଲୋର ବିଶ୍ୱବିଦ୍ୟାଳୟ । ସେହିଭଳି ବାସ୍କେଟ୍‌ ବଲ ପୁରୁଷ ବିଭାଗରେ ବାଜି ମାରିଛି ମାଦ୍ରାସ ବିଶ୍ୱ ବିଦ୍ୟାଳୟ ଚେନ୍ନାଇ । ସିଲଭର୍‌ ଜିତିଛି ଏଚପି ବିଶ୍ୱବିଦ୍ୟାଳୟ ସିମଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.