ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର, ଏବେ ଜିଓ ରିଚାର୍ଜ କଲେ ମିଳିବ ୨୦% କ୍ଯାଶବ୍ଯାକ

ରିଲାଏନ୍ସ ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର। ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଦେଇଛି ମନ ଖୁସି କରିବା ଭଳି ଉପହାର। କମ୍ପାନୀ ୟୁଜର୍ସଙ୍କ ବିଶ୍ବାସ ଅତୁଟ ରଖିବା ପାଇଁ ପ୍ରତିଦିନ ନୂଆ ନୂଆ ପ୍ଲାନ ଏବଂ ଅଫର୍ସ ଆଣୁଛି। କମ୍ପାନୀ ଘୋଷଣା ମୁତାବକ, ଏବେ ରିଚାର୍ଜ ପ୍ଲାନ ସହିତ ୟୁଜର୍ସଙ୍କ ୨୦ ପ୍ରତିଶତର କ୍ଯାଶବ୍ଯାକ ମିଳିବ। ଆଉ ଏହି କ୍ଯାଶବ୍ଯାକର ଲାଭ କେବଳ କେତେକ ଗ୍ରାହକ ଉଠାଇପାରିବେ।

ଜିଓ ନିଜ ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର ଆଣିଛି। ଏହି ଅଫରର ଲାଭ ଉଠାଇ ଆପଣ ରିଚାର୍ଜ ପ୍ଲାନରେ ୨୦ ପ୍ରତିଶତ କ୍ଯାଶବ୍ଯାକ ପାଇପାରିବେ। କିନ୍ତୁ ଏହି କ୍ଯାଶବ୍ଯାକ ଲାଭ କେବଳ କିଛି ପ୍ଲାନରେ ମିଳିବ।

My Jio ଏବଂ କମ୍ପାନୀର ୱେବସାଇଟ ମାଧ୍ୟମରେ କ୍ଯାଶବ୍ଯାକର ଲାଭ ଉଠାଇପାରିବେ। ଜିଓର ୨୪୯, ୫୫୫, ୫୯୯ ଟଙ୍କିଆ ପ୍ଲାନରେ ଏହି ସୁବିଧା ଗ୍ରାହକଙ୍କୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.