Below header

ପୁଣିଥରେ ଟିଆରପି ଲିଷ୍ଟରେ ୧ ନମ୍ବରରେ ‘ତାରକ ମେହେତା’, ଜାଣନ୍ତୁ ଟପ୍‌ ୫ରେ ଅଛନ୍ତି କେଉଁ କେଉଁ ସିରିୟଲ

ପୁଣିଥରେ ଟିଆରପି କ୍ଷେତ୍ରରେ ସବୁଠୁ ଆଗୁଆ ରହିଛି ‘ତାରକା ମେହେତା କା ଉଲଟା ଚଷମା’। ଆଉ ତା’ ପରେ ରହିଛି କପିଲ ଶର୍ମାଙ୍କ ଶୋ’। ପ୍ରତି ସପ୍ତାହ ଭଳି ଚଳିତ ସପ୍ତାହ ମଧ୍ୟ ଓରମାକ୍ସ ମିଡିଆ ପକ୍ଷରୁ ଟିଆରପି ତାଲିକା ପ୍ରକାଶ ପାଇଛି। ସବୁ ଥର ଭଳି ଏଥରକ ମଧ୍ୟ ତାରକ ମେହେତା କା ଉଲଟା ଚଷମା ଆଗୁଆ ରହିଛି। ଏଥିସହ ଆଉ କେତେକ ଲୋକପ୍ରିୟ ଶୋ’ ବି ଟପ୍‌ ୫ରେ ସ୍ଥାନ ପାଇଛନ୍ତି। ଆସନ୍ତୁ ଜାଣିବା କେଉଁ ଟିଭି ଶୋ’ କେତେ ନମ୍ବରରେ ରହିଛି…

୧.ତାରକା ମେହେତା କା ଉଲଟା ଚଷମା:

ଟିଆରପି ମାମଲାରେ ସବୁଠୁ ଆଗରେ ରହିଛି ତାରକା ମେହେତା କା ଉଲଟା ଚଷମା। ଟିଭିର ଏହି କମେଡି ଶୋ’କୁ ଚଳିତ ସପ୍ତାହରେ ଆଉ କେହି ମାତ୍‌ ଦେଇପାରି ନାହାନ୍ତି।

୨. ଦ କପିଲ ଶର୍ମା ଶୋ’:

ଏହା ପରେ ଦ୍ୱିତୀୟ ସ୍ଥାନରେ ରହିଛି ଟିଭିର ଅନ୍ୟତମ ହସାଉଥିବା ଶୋ’ ଦ କପିଲ ଶର୍ମା ଶୋ’। ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଦ୍ୱିତୀୟ ସ୍ଥାନରେ ଥିଲା ଅନୁପମା।

୩. ଅନୁପମା:

ରୂପାଲୀ ଗାଙ୍ଗୁଲି, ମଦାଲସା ଶର୍ମାଙ୍କ ଶୋ’ ଅନୁପମା ଆରମ୍ଭରୁ ଟପ୍‌ରେ ରହୁଥିଲା। କିନ୍ତୁ ଗତ କିଛି ସପ୍ତାହ ହେବ ଏହାର ଲୋକପ୍ରିୟତା କମିଛି। ଚଳିତ ସପ୍ତାହରେ ଅନୁପମା ତୃତୀୟ ସ୍ଥାନକୁ ଖସି ଆସିଛି।

୪. କୌନ ବନେଗା କରୋଡପତି:

ଏଥରକ ଚତୁର୍ଥ ସ୍ଥାନରେ ରହିଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଶୋ’ କୌନ ବନେଗା କରୋଡପତି।

୫.ଉଡ଼ାରିୟାଁ:

ଉଡ଼ାରିୟା ଗତ କିଛି ସପ୍ତାହ ହେଲା ଦର୍ଶକଙ୍କ ଉପରେ ଯାଦୁ କରିବା ଆରମ୍ଭ କରି ଦେଇଛି। ଗତ କିଛି ସପ୍ତାହ ହେଲାଣି ଏହି ଶୋ’ ପଞ୍ଚମ ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.