Audiର ନୂଆ ଇଲେକଟ୍ରିକ ଗାଡ଼ିର ବଜାର ପ୍ରବେଶ, ଫୁଲ ଚାର୍ଜ କଲେ ଯିବ ୫୦୦ କିଲୋମିଟର

ଭାରତରେ ଏବେ ଇଲେକଟ୍ରିକ ବାହନର କ୍ରେଜ ବଢ଼ିବାରେ ଲାଗିଛି। ଏହା ଆପଣ ବି ଜାଣିଛନ୍ତି।  ତେଲ ଦର ସମସ୍ୟାରୁ ଯଦି ଆପଣ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ତେବେ ଆଉ ବେଶି ଭାବନ୍ତୁ ନାହିଁ। ଇଲେକଟ୍ରିକ ଗାଡ଼ି ନିର୍ମାତା କମ୍ପାନୀ ବଜାରକୁ ଏବେ ନୂଆ ନୂଆ ଗାଡ଼ିର ବଜାର ପ୍ରବେଶ କରାଉଛନ୍ତି । ଗ୍ରାହକଙ୍କ ସୁବିଧା ପାଇଁ ଏଥିରେ ଦମଦାର ଫିଚର୍ସ ମଧ୍ୟ ଆଡ କରାଯାଉଛି। ଏବେ ଆପଣଙ୍କ ମନ ପସନ୍ଦ ଗାଡ଼ି କମ୍ପାନୀ Audi ନିଜର ନୂଆ ଇଲେକଟ୍ରିକ ବାହନର ବଜାର ପ୍ରବେଶ କରାଇଛି। ଲଗଜରୀ ହ୍ଵିକିଲ ମାନ୍ୟୁଫ୍ୟାକଚରିଂ କମ୍ପାନୀ ଅଡ଼ି ଇଣ୍ଡିଆ ଭାରତରେ ଅଡ଼ି ଇଲେକଟ୍ରିକ କାର ଲଞ୍ଚ କରିଛି। କମ୍ପାନୀ ନିଜ ନୂଆ ଇଲେକଟ୍ରିକ କାର e-tron GT ରେଞ୍ଜ ଲଞ୍ଚ କରିଛି।ଏହାର ଦାମ ପକେଟ ଫ୍ରେଣ୍ଡଲି ହେବା ସହ ଏଥିରେ ଥିବା ଜରୁରୀ ଇଲେକଟ୍ରୋନିକ୍ସ ପାଟର୍ସ ପାଇଁ ଏବେ ଏହା ଚର୍ଚ୍ଚାରେ ରହିଛି।

S ଓ RS2 ଭଳି ୨ଟି ଭାରିଏଣ୍ଟରେ ତିଆରି କରାଯାଇଥିବା ଏହି ଗାଡ଼ିର ଲୁକ ଯେମିତି ଆଟ୍ରାକ୍ଟିଭ ରହିଛି ଏହାର ଫିଚର୍ସ ମଧ୍ୟ ସେତିକି ଦମଦାର ରହିଛି। Audi e-tron GT କାରରେ କମ୍ପାନୀ ୨ଟି ଇଲେକଟ୍ରି ମଟର ବ୍ୟବହାର କରିଛି। S ଭାରିଏଣ୍ଟର ମୋଟର 469 bhp ପାଓ୍ଵର ଏବଂ 630 nmର ଟ୍ରାକ ଜେନେରେଟ କରୁଥିବା ବେଳେ RS 2 ଭାରିଏଣ୍ଟ ର ମୋଟର 590bhp ପାଓ୍ଵର ଏବଂ 830nm ଟ୍ରାକ ଜେନେରେଟ କରିଥାଏ। କମ୍ପାନୀର ସୂଚନା ଅନୁଯାୟୀ S ଭାରିଏଣ୍ଟକୁ ମାତ୍ର ଥରେ ଚାର୍ଜ କଲେ ଏହା ୫୦୦ କିଲୋମିଟର ପର୍ଯ୍ୟନ୍ତ ଆପଣଙ୍କ ସାଥ୍‌ ଦେବ। ଏହାସହିତ RS2 ଭାରିଏଣ୍ଟକୁ ଥରେ ଚାଜ ର୍ କଲେ ଏହା ଆପଣଙ୍କୁ ପାଖାପାଖି ୪୮୧ କିଲୋମଟିର ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ଦେବ। ତେବେ ଦୁଇଟି ଭାରିଏଣ୍ଟରେ ଶକ୍ତିଶାଳି ବ୍ୟାଟେରୀ ମଧ୍ୟ ରହିଛି। ପ୍ରଥମେ 11kwର ବ୍ୟାଟେରି ପୋର୍ଟବଲ ଚାର୍ଜର ସହ ଆସିଥାଏ , ଯାହା ଚାର୍ଜ ହେବା ପାଇଁ ୯ ଘଣ୍ଟାରୁ ମାତ୍ର ୩୦ ମିନିଟ ସମୟ ନେଇଥାଏ ଏହାସହ ଅନ୍ୟଟି 22kwର ବ୍ୟାଟେରୀ ରହିଛି ଯାହା ଫୁଲ ଚାର୍ଜ ହେବା ପାଇଁ ୫ ଘଣ୍ଟାରୁ ମାତ୍ର ୧୫ ମିନିଟ ସମୟ ନେଇଥାଏ।

ଏଥିରେ LED ହେଡଲ୍ୟାମ୍ପ ଠୁ ଆରମ୍ଭ କରି ୨୦ ଇଞ୍ଚର allow wheel ଦିଆଯାଇଛି। ୧୨.୩ ଇଞ୍ଚର ଭର୍ଚୁଆଲ କକ୍‌ପିଟ ଦିଆଯାଇଛି। ୧୦ଇଞ୍ଚର ଟଚ୍‌ ସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ , କନେକ୍ଟଡ କାର ଟେକ୍ନୋଲୋଜି , ଆଟୋମେଟିକ ଏସି , ୪-ଜୋନ କ୍ଲାଇମେଟ୍‌ କଣ୍ଟ୍ରୋଲ ସିଷ୍ଟମ, ପାନୋରେମିକ ସନରୁଫ , ପି୍ରମିୟମ ଅପହୋଲଷ୍ଟରୀ ଭଳି ଜବରଦସ୍ତ ଫିଚର୍ସ ଖଞ୍ଜା ଯାଇଛି। ଏହା ସହ ଇକୋ ଓ ଡାଇନାମିକ ଭଳି ଦୁଇଟି ଡ୍ରାଇଭିଂ ମୋଡସ୍‌ ଦିଆଯାଇଛି।

ଯଦି ଆପଣ ତେଲ ଦର ମାଡ଼ରୁ ନିଜକୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଶୀଘ୍ର ଏହି ଗାଡ଼ି ବୁକ କରନ୍ତୁ। ଶସ୍ତା ଦାମରେ ଏହି ଦମଦାର ଗାଡ଼ିରେ ଆପଣଙ୍କ ଦୂର ସ୍ଥାନକୁ ବୁଲିବା ସମସ୍ୟା ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.