IBPS ରେ ଖାଲିପଡିଛି ୧୫୦୦ ସରକାରୀ ବ୍ୟାଙ୍କ ଚାକିରି, ଜଲଦି କରନ୍ତୁ ଆବେଦନ

ସରକାରୀ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। IBPS ପକ୍ଷରୁ ଖାଲିପଡିଥିବା ୧୫୦୦ କିରାଣୀ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଇନଷ୍ଟିଚ୍ୟୁଟ୍‌ ଅଫ ବ୍ୟାକିଂ ପର୍ସନାଲ ସିଲେକ୍ସସନ(IBPS) ଦ୍ୱାରା ଜାରି ହୋଇଥିବା ନୋଟିଫିକେସନ ମୁତାବକ, ୨୦ ବର୍ଷ ବୟସରୁ ଆରମ୍ଭ କରି ୨୮ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀ ପାଇଁ ଆବେଦନ କରିପାରିବେ।
ଆବେଦନ କରିବାର ତାରିଖ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି।

ପଦବୀ ସଂଖ୍ୟା : ୧୫୫୭

ଦରମା : ୭,୨୦୦ ଟଙ୍କାରୁ ଆରମ୍ଭ କରି ୧୯୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

job

ଯୋଗ୍ୟତା : ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ସ୍ନାତକ କରିଥିବା ଆବଶ୍ୟକ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ ଏବଂ ପଛୁଆ ବର୍ଗଙ୍କ ପାଇଁ ୮୫୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କ ପାଇଁ ୧୭୫ ଟଙ୍କା ରହିଛି। ପ୍ରାର୍ଥୀ ଆବେଦନ ଶୁଳ୍କ ଡେବିଟ କାର୍ଡ, କ୍ରେଡିଟ୍‌ କାର୍ଡ ଇଣ୍ଟରନେଟ ବ୍ୟାକ୍ତିଂ, IMPS କିମ୍ବା ମୋବାଇଲ ଓ୍ଵାଲେଟ ମାଧ୍ୟମରେ ଅନଲାଇନ ପେମେଣ୍ଟ କରିପାରିବେ।

ଚୟନ ପ୍ରକ୍ରିୟା: ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ପ୍ରିଲିମିନାରୀ ପରୀକ୍ଷା ମାଧ୍ୟମରେ ହେବ। ଅଧିକ ବିବରଣୀ ପାଇଁ ଅଧିକାରକ ସାଇଟ୍‌କୁ ଯାଇ ନୋଟିଫିକେସନ ଚେକ୍‌ କରିନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.