ରାଜଧାନୀରେ ଲୁଟ୍ ଉଦ୍ଯମ ଫେଲ୍ କଲେ ବୁଲା କୁକୁର, ଖେଳଣା ବନ୍ଧୁକ ଛାଡି ଜୀବନ ବିକଳରେ ଛୁ ମାରିଲେ ଦୁଇ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ କୌତୁହଳପୂର୍ଣ୍ଣ ଘଟଣା ଘଟି ଯାଇଛି । ଯାହାର ସମ୍ପୂର୍ଣ୍ଣ ଭିଜୁଆଲ୍ ଏକ ସିସିଟିଭିରେ କଏଦ ହୋଇଛି । କିଛି ବୁଲା କୁକୁର ଏକ ଲୁଟ୍ ଉଦ୍ୟମକୁ ଫେଲ୍ କରିବାରେ ସଫଳ ହୋଇଛନ୍ତି।

ବିଳମ୍ବିତ ରାତିରେ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଏହି ଘଟଣା ଘଟିଛି। ଏକ ବାଇକ୍ ରେ ଦୁଇ ଜଣ ଦୁର୍ବୃତ୍ତ ରାତି ପ୍ରାୟ ୨ଟା ସମୟରେ କଲୋନୀରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୋଟିଏ ଘରର କାନ୍ଥକୁ ଡେଇଁବା ପାଇଁ ମାପଚୁପ କରିବାକୁ ଚେଷ୍ଟା କରୁଥିଲା। ଏହି ମୁହୂର୍ତ୍ତରେ ସେହି ଅଞ୍ଚଳର ପାଖାପାଖି ୧୦ରୁ ୧୫ଟି ବୁଲା କୁକୁର ଏହି ଦୁର୍ବୃତ୍ତଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଆହତ କରି ଦେଇଥିଲେ। ଯାହାଫଳରେ ସେମାନେ ଦୁହେଁ ସେଠାରୁ ଖସି ପଳାଇ ଯାଇଥିଲେ।

dog `ଘଟଣାସ୍ଥଳରୁ ଏକ ଖେଳନା ବନ୍ଧୁକ ଦେଖିବାକୁ ମିଳିଥିଲା। ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସ୍ଥାନୀୟ ଲୋକମାନେ ଖଣ୍ଡଗିରି ପୋଲିସକୁ ଏନେଇ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପୋଲିସ୍ ଦ୍ୱାରା ସିସିଟିଭି ଫୁଟେଜ୍ ମଧ୍ୟ ବିଶ୍ଳେଷଣ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.