Below header

ଏହି ଦେଶରେ ଉଚ୍ଚ ଅଟ୍ଟାଳିକା ଉପରେ ତିଆରି ହୋଇଛି ରାସ୍ତା, ତା’ ଉପରେ ଚାଲୁଛି ଶହ ଶହ ଗାଡ଼ି ! ଦେଖନ୍ତୁ ଭିଡ଼ିଓ

ଚୀନ ସବୁବେଳେ ସହର ଯୋଜନାରେ ଅତ୍ୟାଧୁନିକ ତଥା ବିଲକ୍ଷଣ ତରିକା ଆପଣାଇବାରେ ପ୍ରସିଦ୍ଧ ରହିଆସିଛି। ସହରୀକରଣରେ ଏହି ଦେଶ ନିଜର ନିଆରା ପଦ୍ଧତି ଆପଣାଇଥାଏ। ତେବେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରଲ ହେବାରେ ଲାଗିଛି। ଏଥିରେ ବହୁତଳ ଅଟ୍ଟାଳିକା ଉପରେ ତିଆରି ହୋଇଥିବା ରାସ୍ତାରେ ଗାଡ଼ି ଚାଲୁଥିବାର ଦେଖିବାକୁ ମିଳିଛି। ଏପରିକି ରାସ୍ତା ପାର୍ଶ୍ୱରେ ଗଛ ମଧ୍ୟ ଲାଗିଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡ଼ି ଯାତାୟାତ କରୁଛି।

ଚୀନର ସୋସିଆଲ ସାଇଟରେ ଏହି ଫଟୋ ଅପଲୋଡ ହେବା ପରେ ଦୁନିଆ ସାରା ଚର୍ଚ୍ଚିତ ହୋଇଯାଇଛି। ତେବେ ଏହି ଫଟୋଟି ହେଉଛି ଚୀନର ଚୋଙ୍ଗକିଙ୍ଗ ସହରର। ୟାନଗସି ନଦୀ କୂଳରେ ଅବସ୍ଥିତ ଏହି ସହରରେ ୮୫ ଲକ୍ଷ ଲୋକ ବସବାସ କରୁଛନ୍ତି। ଏହା ଘନ ଜନସଂଖ୍ୟା ବିଶିଷ୍ଟ ସହର ଭାବେ ଗଣାଯାଇଥାଏ।

ଏଠାରେ ଅଧିକ ସଂଖ୍ୟକ ଫ୍ଲାଇଓଭର ଥିବା କାରଣରୁ ଟ୍ରାନ୍ସପୋର୍ଟ ସିଷ୍ଟମ ବଢିଆ ରହିଛି। ଏହି ଫ୍ଲାଇଓଭର ତଳେ ମଧ୍ୟ କେତେକ ବୈଧ ଘର ମଧ୍ୟ ନିର୍ମାଣ ହୋଇଛି, ଯାହାକି ୫ ମହଲା ଯାଏ ରହିଛି। ତେବେ ଅଟ୍ଟାଳିକାର ୫ମ ମହଲରେ ତିଆରି ରାସ୍ତାର ଏକ ପାର୍ଶ୍ୱରେ ୨୦ରୁ ୨୫ ଦୋକାନ ରହିଥିବା ଦେଖିବାକୁ ମିଳିଛି, ଯେଉଁଠାରେ ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ଉପଲବ୍ଧ ରହିଛି। ଏହାସହିତ ଅଟ୍ଟାଳିକା ଆଖପାଖରେ ଉଚ୍ଚ ପର୍ବତକୁ ମଧ୍ୟ ଲୋକେ ଦେଖିପାରିବେ।

video courtesy: youtube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.