ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଟଙ୍କା ଆପଣଙ୍କୁ ମିଳିଛି ନା ନାହିଁ ! ଏବେ ଘରେ ବସି ୱେବସାଇଟରେ କରନ୍ତୁ ଯାଞ୍ଚ

ମୋଦି ସରକାର କିଛି ଦିନ ପୂର୍ବରୁ ହୋଇଥିବା ଅନ୍ତରିକ୍ଷ ବଜେଟରେ କୃଷକ ମାନଙ୍କୁ ପ୍ରତ୍ୟେକ ବର୍ଷ ୬୦୦ଟଙ୍କା ଦେବାର ଘୋଷଣା କରିଛନ୍ତି ଯେଉଁ ଯୋଜନାର ନାମ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନା ୨୦୧୯ ରଖାଯାଇଛି। ଏହାକୁ ନେଇ ବିପକ୍ଷ ଦଳର ନେତାମାନେ ଆଲୋଚନା କରିଥିଲେ ଏବଂ ସୋସିଆଲ ମିଡ଼ିଆରେ ଲୋକମାନେ ବିଭିନ୍ନ କମେଣ୍ଟ କରିଥିଲେ। ବର୍ତ୍ତମାନ ମୋଦି ସରକାର ପ୍ରଧାନମନ୍ତ୍ରୀ କିସାନ ଯୋଜନା ପାଇଁ ଏକ ୱେବସାଇଟ ଲଞ୍ଚ କରିଛନ୍ତି। ଯାହାଦ୍ବାରା ଚାଷୀ ମାନେ ଘରେ ବସି ଜାଣି ପାରିବେ ତାଙ୍କ ଆକାଉଣ୍ଟରେ ୬୦୦ହଜାର ଟଙ୍କା ଆସିଛି କି ନାହିଁ।

ଏହି ୱେବସାଇଟ ହେଉଛି http://pmkisan.nic.in ଯାହାକୁ ଆପଣ ଏହାକୁ ଲାପଟପ, ମୋବାଇଲ କିମ୍ବା କମ୍ପ୍ୟୁଟରରେ ଖୋଲିପାରିବେ। ଏହି ୱେବସାଇଟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନା ସହ ଜଡ଼ିତ ଥିବା ସବୁ ତଥ୍ୟ ଆପଣ ଜାଣିପାରିବେ।
ଏହି ୱେବସାଇଟରେ ମଧ୍ୟ ଜାଣିବାକୁ ମିଳିବ କେଉଁ କେଉଁ ରାଜ୍ୟର କୃଷକମାନେ ଏହି ଯୋଜନାରେ ଅର୍ନ୍ତଭୁକ୍ତ ଅଛନ୍ତି। ଏହି ଯୋଜନାକୁ ଶୀଘ୍ର ପୂରା କରିବା ପାଇଁ ସରକାର କେତେକ ଏଜେନ୍ସୀର ସାହଯ୍ୟ ନେଇଛନ୍ତି।

farmerସରକାର ଏହି ୱେବସାଇଟରେ ସମ୍ବୋଧିତ ରାଜ୍ୟର କୃଷକମାନଙ୍କୁ ତାଲିକାରେ ନିଜର ନା ଦେବାପାଇଁ ଘୋଷଣା କରିଛନ୍ତି ଏବଂ ଏହାର ଶେଷ ତାରିଖ ୨୫ ଫେବୃଆରୀ ୨୦୧୯ ରହିଛି। ଏହାପରେ ଆପଣ ଏହି ୱେବସାଇଟରେ ନିଜର ନା ଦେଖିପାରିବେ।
ଏହି ଯୋଜନାରେ ତିନିଟି କିସ୍ତିରେ ୬୦୦୦ହଜାର ଟଙ୍କା ମିଳିବ। ପ୍ରତ୍ୟେକ କିସ୍ତିରେ ଆପଣଙ୍କୁ ୨୦୦୦ହଜାର ଟଙ୍କା ମିଳିବ। ଏହି ଯୋଜନାରେ ୧୨ କୋଟି କ୍ରୁଷକ ଲାଭବାନ ହେବାର ଅନୁମାନ କରାଯାଉଛି। ଏହି ଯୋଜନାରେ ପାଖାପାଖି ୭୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

Leave A Reply

Your email address will not be published.