Below header

ଆଉ କିଛି ସମୟ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଉ କିଛି ସମୟ ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ଗୋଲ୍‌ଡ କପ୍‌-୨୦୧୯ । ଏଥିରେ ଭାରତ ସମେତ ନେପାଳ, ମିଆଁମାର, ଇରାନ୍‌ ଆଦି ଦଳ ଭାଗ ନେଉଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଦେଶରେ ପ୍ରଥମଥର ଆୟୋଜିତ ହେଉଛି । ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଆଜି ଅପରାହ୍ନ ୪ଟାରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ୍‌ । ଏଥିରେ ନେପାଳକୁ ଭେଟିବ ଶକ୍ତିଶାଳୀ ମିଆଁମାର । ଦ୍ୱିତୀୟ ମ୍ୟାଚ୍‌ ରାତି ୭ଟା ବେଳେ ଆୟୋଜକ ଭାରତ ଏବଂ ଇରାନ୍‌ ମଧ୍ୟରେ ଖେଳାଯିବ । ୧୫ ତାରିଖ ଦିନ ଫାଇନାଲ୍‌ ମ୍ୟାଚ୍‌ ଆରମ୍ଭ ହେବ ସନ୍ଧ୍ୟା ୬ଟାରେ ।

ଅନ୍ତର୍ଜାତୀୟ ଗୋଲଡ୍‌ କପ୍‌ କ୍ରୀଡ଼ାସୂଚୀ

୯.୨.୧୯ : ମିଆଁମାର ବନାମ ନେପାଳ (ଅପରାହ୍ନ ୪ଟା)ା
ଭାରତ ବନାମ ଇରାନ୍‌ (ସନ୍ଧ୍ୟା ୭ଟା) ।
୧୧.୨.୧୯ : ମିଆଁମାର ବନାମ ଇରାନ୍‌ (ଅପରାହ୍ନ ୪ଟା)ା
ଭାରତ ବନାମ ନେପାଳ (ସନ୍ଧ୍ୟା ୭ଟା) ।
୧୩.୨ : ଇରାନ୍‌ ବନାମ ନେପାଳ (ଅପରାହ୍ନ ୪ଟା)ା
ଭାରତ ବନାମ ମିଆଁମାର (ସନ୍ଧ୍ୟା ୭ଟା) ।
୧୫.୨ : ଫାଇନାଲ୍‌ ମ୍ୟାଚ୍‌ (ସନ୍ଧ୍ୟା ୬ଟା) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.