ବିଷାକ୍ତ ମଦ ପିଇ ୩୦ରୁ ଉର୍ଦ୍ଧ୍ବ ମୃତ , ଜାଣନ୍ତୁ କେଉଁଠି ଘଟିଛି ଏହି ଘଟଣା

ଉତ୍ତରପ୍ରଦେଶ : ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ଅଲଗା ଅଲଗା ଘଟଣାରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ୩୦ ଜଣଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିସାରିଲେଣି । ଯାହା ଏବେ ଦେଶବ୍ୟାପି ଏକ ପ୍ରକାରର ଆଲୋଡନ ଖେଳାଇଦେଇଛି । ଏହି ଅଭାବନୀୟ ଘଟଣା ପ୍ରଥମେ  ସହାରନପୁରରେ ଘଟିଥିଲା ଯେଉଁଥିରେ ୧୬ଜଣଙ୍କର ମୃତ୍ୟୁ  ହୋଇଥିଲା । ଅନ୍ୟପଟେ ହରିଦ୍ବାର ଜିଲ୍ଲାର ସଟେ ଇଲାକାରୁ ପୁଣି ୧୪ ଜଣ ଲୋକଙ୍କର  ସମାନ କାରଣ ଯୋଗୁଁ ମୃତ୍ୟୁ  ହୋଇଥିବା ଖବର ମିଳିଥିଲା । ତେବେ ବିଷାକ୍ତ ମଦ ପିଇବା କାରଣରୁ ଏବେ ମଧ୍ୟ ଅନେକ  ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ଏନେଇ ସଠିକ୍ ତଥ୍ୟ ବର୍ତ୍ତମାନ ଯାଏଁ ମିଳିପାରିନାହିଁ ।

Liquor2ତେବେ, ଏହି ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଉଦବେଗ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।  ଏହା ସହିତ ସମସ୍ତ ଗୁରୁତରଙ୍କୁ ସବୁ ପ୍ରକାରର ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଏବଂ ଚିକିତ୍ସିତଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ।  ଏହି ଘଟଣା ପରେ ଏବେ ଚୋରା ମଦ ବେପାରୀମାନଙ୍କ ଉପରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.