ଜରୁରୀକାଳୀନ ପରିସ୍ଥିତିରେ ଟଙ୍କା ଦରକାର ହେଲେ ଡିଜିଟାଲ୍ ଲୋନ୍ ପାଇପାରିବେ, ଜାଣନ୍ତୁ ଏହାର ପ୍ରକ୍ରିୟା

ଆପଣ ଜାଣିଛନ୍ତି କି, ଡିଜିଟାଲ୍ ଲୋନ ଣ କ’ଣ ? ଡିଜିଟାଲ୍ ଲୋନ ଦ୍ଵାରା ଆପଣ ବର୍ତ୍ତମାନ ଅନେକ ସୁବିଧା ପାଇପାରିବେ। ତେବେ ଡିଜିଟାଲ୍ ଲୋନ ଏକ ନୂଆ ଲେଣ୍ଡିଂ ମେଥଡ, ଯାହାକୁ ଅନଲାଇନ୍ ଟେକ୍ନୋଲୋଜି ପ୍ଲାଟଫର୍ମ ବ୍ୟବହାର କରି ଲୋନ ଦିଆଯାଏ। ଆପଣ ଯେକୌଣସି ଅନଲାଇନ୍ ଋଣଦାତାଙ୍କ ପୋର୍ଟାଲ୍ କିମ୍ବା ଆପ୍ ଭିଜିଟ କରି ଲୋନ ବା ଋଣ ପାଇଁ ଆବେଦନ କରିପାରିବେ। ଆପଣ ଜାଣିଛନ୍ତି ଭାରତ ଏବଂ ବିଶ୍ୱରର ପ୍ରାୟ ଏକ ତୃତୀୟାଂଶରୁ ଅଧିକ ଲୋକ କରୋନା ମହାମାରୀ ହେତୁ ଦୁଇଟି ଖାସ କରି ଦୁଇଟି କ୍ଷେତ୍ରରେ ସଂଘର୍ଷ କରୁଛନ୍ତି। ଗୋଟିଏ ହେଉଛି ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ ଏବଂ ଅନ୍ୟଟି ହେଉଛି ଜୀବିକା, ବ୍ୟବସାୟ ଏବଂ ଅର୍ଥନୀତିକୁ ବଞ୍ଚାଇବା ପାଇଁ ସଂଗ୍ରାମ।

COVID ପ୍ରଥମେ ୨୦୨୦ ମାର୍ଚ୍ଚରେ ଦେଖାଗଲା ଏବଂ ଆଜି ମଧ୍ୟ କିଛି ବର୍ଷ ବିତିବା ପରେ ଏହା ଦେଶର ଜୀବନ ଏବଂ ଅର୍ଥନୀତି ଉପରେ ପ୍ରଭାବ ପକାଇଛି। କରୋନା ଭାଇରସର ବିଭିନ୍ନ ପ୍ରକାର ଭାରିଆଣ୍ଟ ଆସିବା ପରେ ଲକଡାଉନ୍ ଓ ସଟଡାଉନ ପୁଣିଥରେ ଦେଶର ସମସ୍ତ ସ୍ତରରେ ବ୍ୟବସାୟକୁ ଅସୁବିଧାରେ ପକାଇଛି । ଏହି ମହାମାରୀର ପ୍ରକୋପ କେତେବେଳେ ବଢ଼ିଯାଉଛି ତ ଆଉ କେତେବେଳେ କମିଯାଇଛି। ପୁଣି କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଦେଶର ଅଧିକାଂଶ ରାଜ୍ୟ ନୂଆ ନୂଆ ଗାଇଡଲାଇନ୍ ବା ନିର୍ଦ୍ଦେଶାବଳୀ ଘୋଷଣା କରୁଛନ୍ତି।

Digital Loan
Picture Credit- OMLP2P

କରୋନା ଭାଇରସ୍ ଟିକା କିମ୍ବା ଟିକା ଆରମ୍ଭ ହେବା ପରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣରେ ଥିବା ପରି ମନେ ହେଉନାହିଁ। ରାଜ୍ୟ ତଥା ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ମୃତ୍ୟୁ ଖବର ମଧ୍ୟ ଆଶ୍ଚର୍ଯ୍ୟଜନକ। ଅନେକ ଚାକିରୀ କରୁଥିବା ବ୍ୟକ୍ତି ଘରୁ କାମ କରୁଛନ୍ତି। ଏହି କଠିନ ସମୟରେ ଘର ଭିତରେ ରହିବାକୁ ଓ କରୋନାର ସବୁ ଗାଇଡଲାଇନ୍ ମାନିବାକୁ ମଧ୍ୟ ସରକାର ଉପଦେଶ ଦେଉଛନ୍ତି। ତେଣୁ ଏପରି ପରିସ୍ଥିତିରେ ଯଦି କାହାର କୌଣସି ଏମରଜେନ୍ସି ସମୟରେ ଟଙ୍କା ଦରକାର୍ ହୁଏ ତେବେ ବାହାରକୁ ଯାଇ ବ୍ୟାଙ୍କ୍ ଆଗରେ ଭିଡ଼ରେ ଲାଇନ୍ ଲଗାଇବା କଷ୍ଟକର ହୋଇପାରେ।

 

ତେଣୁ ଏହି ସମୟରେ ଡିଜିଟାଲ୍ ଲୋନ ହିଁ ଆପଣଙ୍କ ଆର୍ଥିକ ସମସ୍ୟାକୁ ସୁଧାରିପାରିବ। ତେବେ ଆସନ୍ତୁ ଜାଣିବା ଏହି ଡିଜିଟାଲ୍ ଲୋନ କ’ଣ ଓ ଏହା ପାଇଁ କିପରି ଜଣେ ଆବେଦନ କରିପାରିବେ। ଡିଜିଟାଲ ଲୋନ ପାଇଁ ଆପଣ ଅନଲାଇନ୍ ପ୍ଲାଟଫର୍ମ ବ୍ୟବହାର କରି ଅପ୍ଲାଏ କରିପାରିବେ। ଏହି ଲୋନ ପାଇବା ଖୁବ୍ ସହଜ। ଆପଣଙ୍କୁ କେବଳ ଯେକୌଣସି ଅନଲାଇନ୍ ଋଣଦାତାଙ୍କ ପୋର୍ଟାଲ୍ କିମ୍ବା ଆପକୁ ଯାଇ ଲୋନ ପାଇଁ ଆବେଦନ କରିବା ପାଇଁ ପଡ଼ିବ। ଆପ୍ କିମ୍ବା ପୋର୍ଟାଲରେ ଉପଲବ୍ଧ ଆବେଦନ ଫର୍ମ (ଆପ୍ଲିକେସନ୍ ଫର୍ମ) ପୂରଣ କରି ଜଣେ ଡିଜିଟାଲ୍ ପର୍ଶନାଲ ଲୋନ ପାଇଁ ଆବେଦନ କରିପାରିବେ। ଅନଲାଇନ ପର୍ଶନାଲ ଲୋନ ଏକାଧିକ କାରଣ ପାଇଁ ଦିଆଯାଏ। ତେଣୁ ଆପଣଙ୍କର ଯେକୌଣସି ବ୍ୟକ୍ତିଗତ କିମ୍ବା ବ୍ୟବସାୟ ଆବଶ୍ୟକତା ପାଇଁ ଏହି ଲୋନ ଆଣିପାରିବେ ।

ଏବେ ଆସନ୍ତୁ ଜାଣିବା କିପରି ଡିଜିଟାଲ୍ ଲେଣ୍ଡର ତୁରନ୍ତ ପର୍ଶନାଲ ଲୋନକୁ ପ୍ରୋସେସ କରନ୍ତି:

ଲୋନ ନେବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ନିର୍ଦ୍ଦିଷ୍ଟ ଆର୍ଥିକ ଭିତ୍ତିଭୂମି ଏବଂ ଆବଶ୍ୟକତା ରହିଛି। ତେବେ ଡିଜିଟାଲ୍ ଋଣଦାତାମାନଙ୍କ ସହିତ ଅଟୋମେଟିକ ସଫ୍ଟୱେର୍, ଆପଣଙ୍କ ଆର୍ଥିକ ସ୍ଥିତିକୁ ଆଧାର କରି ଆପଣଙ୍କୁ ଶ୍ରେଣୀଭୁକ୍ତ କରିବ ଲୋନ ଦେବା ପାଇଁ। ଋଣଦାତାଙ୍କ ପୋର୍ଟାଲ କିମ୍ବା ଆପରେ ଲୋନ ପାଇଁ ଆବେଦନ କରିବା ମାତ୍ରେ ସେମାନଙ୍କର ସଫ୍ଟୱେର୍ ତୁରନ୍ତ ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି, ଆର୍ଥିକ ସ୍ଥିତି ଇତ୍ୟାଦି ଯାଞ୍ଚ କରିବ। ୱେବସାଇଟ୍ କିମ୍ବା ନିର୍ଦ୍ଦିଷ୍ଟ ଋଣଦାତାଙ୍କ ଜରିଆରେ ଆପଣ ନିଜର କ୍ରେଡିଟ୍ ଜାଣିପାରିବେ। ଯାହାଦ୍ଵାରା ଆପଣ ନିଜ ଆବଶ୍ୟକତା ଅନୁସାରେ କୌଣସି ଆମାଉଣ୍ଟର ଲୋନ ନେଇପାରିବ।

ତେବେ ଏହା ଖୁବ୍ ଶୀଘ୍ର ମଧ୍ୟ ହେଇଯିବ। ପ୍ରଥମେ ଫର୍ମ ପୂରଣ କରିବେ ଯାହାକୁ କିଛି ସମୟ ଭିତରେ ହୋଇଯିବ। ପୁଣି ଏହାପରେ ଯାହାବି ପ୍ରୋସେସ ରହିବ ସଙ୍ଗେ ସଙ୍ଗେ ହୋଇଯିବ। ସବୁ ଡକ୍ୟୁମେଣ୍ଟେସନ୍ ଭେରିଫିକେସନ ମଧ୍ୟ ଶୀଘ୍ର ହେବ। ଏମିତିକି ଆପଣଙ୍କୁ ଫିଜିକାଲି ଯିବାକୁ ପଡ଼ିବ ନାହିଁ। ସବୁ ପ୍ରକ୍ରିୟା ଶେଷ ହେବା ପରେ ଆପଣ ନିଜର ଲୋନ ପାଇପାରିବେ। ଯଦି ଆପଣ ଏପରି କରୋନା ପରିସ୍ଥିତିରେ ଋଣ ଚାହୁଁଛନ୍ତି, ତେବେ ତୁରନ୍ତ ଆପଣ ପର୍ଶନାଲ ଲୋନ ଆପ୍ଲାଏ କରିପାରିବେ। କିଛି ଘଣ୍ଟା ପରେ ହିଁ ଆପଣ ଟଙ୍କା ପାଇଯିବେ। ତେବେ ଖାସ କରି ଆପଣ ବ୍ୟବସାୟ, ମେଡିକାଲ ଏମରଜେନ୍ସି, ଉଚ୍ଚଶିକ୍ଷା, ବିବାହ, ଟ୍ରାଭେଲିଂ ଓ ହୋମ ଲୋନ ପାଇଁ ଆପଣ ଲୋନ ପାଇଁ ଅନଲାଇନ ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.