ପେଟ୍ରୋଲ ଓ ଡିଜେଲ ଦରରେ ହୋଇଛି କି ନାହିଁ ପରିବର୍ତ୍ତନ, ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ

ଦେଶର ସରକାରୀ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପ୍ରକାର ପରିବର୍ତ୍ତନ ଆଣି ନାହାନ୍ତି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ପ୍ରମୁଖ ସହର ମାନଙ୍କରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପୂର୍ବ ଭଳି ସମାନ ରହିଛି । ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୦.୪୩ ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୮୧.୯୪ ଟଙ୍କା ରହିଛି । ଆଇଓସିଏଲ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ କୋଲକାତା, ମୁମ୍ବଇ, ଚେନ୍ନାଇ ପେଟ୍ରୋଲ ଦର ଲିଟର ପିଛା ଯଥାକ୍ରମେ ୮୨.୧୦ ଟଙ୍କା , ୮୭.୧୯ ଟଙ୍କା, ୮୩.୬୩ ଟଙ୍କା ରହିଥିବା ଜଣାଯାଇଛି ।

ଯେବେକି ଏହି ପ୍ରମୁଖ ସହର ମାନଙ୍କରେ ଡିଜେଲ ମୂଲ୍ୟ ୭୭.୦୪, ୮୦.୧୧ ଓ ୭୮.୮୬ ଟଙ୍କା ଥିବା ଜଣାଯାଇଛି । ଅନ୍ୟପକ୍ଷରେ ଆଜି ଓଡିଶା ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୧.୦୧ ଟଙ୍କା ଥିବା ବେଳେ ଡିଜେଲ ଦର ୭୯.୮୮ ଟଙ୍କା ଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.