LIC ର ଏହି ସ୍କିମରେ ମାତ୍ର କିଛି ଟଙ୍କା ବିନିଯୋଗ କରି ଆପଣ ବନିଯାଇ ପାରିବେ ଲକ୍ଷପତି, କେମିତି ଜାଣନ୍ତୁ

ଯଦି ଆପଣ ଲକ୍ଷପତି କି କୋଟିପତି ହେବାକୁ ଚାହୁଁଛନ୍ତି କି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଏଲଆଇସି । ପ୍ରାୟତଃ ଲୋକେ କେମିତି ଖୁବ କମ ସମୟ ମଧ୍ୟରେ ଧନୀ ହୋଇପାରିବେ ସେନେଇ ସ୍ବପ୍ନ ଦେଖନ୍ତି । ସେମିତି କିଛି କିନ୍ତୁ ଏବେ ଏମିତି କିଛି ସ୍କିମ ବାହାରିଛି ଯେଉଁଥିରେ ଆପଣ ପ୍ରତିମାସ କିଛି କିଛି ବିନିଯୋଗ କରି ଭବିଷ୍ୟତରେ ଏକ ବଡ ଆକାରର ରାଶି ପାଇପାରିବେ । ଦେଶର ସବୁଠୁ ପୁରୁଣା ଇନ୍ସୁରାନ୍ସ କମ୍ପାନୀ ଏଲଆଇସି ଏମିତି ତ ଅନେକ ସ୍କିମ ଲଞ୍ଚ କରିଛି । ଯେଉଁଥିରେ ଗ୍ରାହକ ମାନଙ୍କୁ ଖୁବ କମ ପ୍ରିମିୟମ ଦେବାକୁ ପଡିଥାଏ ।

ଆଉ କିଛି ଦିନ ତଳେ କମ୍ପାନୀ “LIC ଆଧାର ଷ୍ଟାମ ପଲିସି” ନାଁରେ ଏକ ନୂଆ ସ୍କିମ ଲଞ୍ଚ କରିଛି । ଯାହା ମାଚ୍ୟୁରିଟି ହେଲେ ଜମାକାରୀଙ୍କୁ ଏକ ବଡ ଆକାରର ଲାଭାର୍ଥ ମିଳିପାରିବ । ଏମିତିକି ଏକା ସାଙ୍ଗରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଯାଇ ପାରିବ । ଏହି ଯୋଜନା କେବଳ ମାତ୍ର ପୁରୁଷ ମାନଙ୍କ ପାଇଁ | ଆଉ ସେମାନଙ୍କର ଆଧାର କାର୍ଡ ଥିବା ନିହାତି ଆବଶ୍ୟକ । LIC ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ ଏହି ବୀମା ପଲିସୀରେ ଉଭୟ ସୁରକ୍ଷା ଓ ସଂଚୟ ସୁବିଧା ମିଳିଥାଏ ।

lic policy

“LIC ଆଧାର ଷ୍ଟାମ ପଲିସି”ର ଅବଧି ସମାପ୍ତ ହେବା ପୂର୍ବରୁ ପଲିସିଧାରୀଙ୍କ ଯଦି ଆକସ୍ମିକ ମୃତ୍ୟୁ ହୁଏ ତେବେ ସେନେଇ ଏହି ସ୍କିମରେ ବି କିଛି ବିଶେଷ ବ୍ୟବସ୍ଥା ରହିଛି । ବ୍ୟକ୍ତିଙ୍କ ପରିବାରର ଜଣଙ୍କୁ ଜମାରାଶି ମିଳିଯାଇ ପାରିବ । “LIC ଆଧାର ଷ୍ଟାମ ପଲିସି” ପାଇଁ ଗ୍ରାହକଙ୍କ ବୟସ ୮
ବର୍ଷ ରୁ ୫୫ ବର୍ଷ ହୋଇଥିବା ଦରକାର । ଯୋଜନାର ପରିପକ୍ୱତା ସମୟରେ ଉପଭୋକ୍ତାଙ୍କ ବୟସ ୭୦ ବର୍ଷରୁ ଅଧିକ ହେବା ଉଚିତ । ଆଧାର ଷ୍ଟାମ ପଲିସୀରେ ସର୍ଵନିମ୍ନ ରାଶି ୭୫ ହଜାର ଟଙ୍କା ରଖାଯାଇ ଥିବାବେଳେ ସର୍ବାଧିକ ୩  ଲକ୍ଷ ଟଙ୍କା ରହିଛି । ୧୦ ରୁ ୨୦ ବର୍ଷ ଭିତରେ କିସ୍ତି ଅନୁସାରେ ରାଶି ଦାଖଲ କରିବାକୁ ହେବ ।

ଯଦି କୌଣସି ଗ୍ରାହକ ୨୦ ବର୍ଷ ପାଇଁ ନିବେଶ କରିଛନ୍ତି ତେବେ ସେ ମାଚ୍ୟୁରିଟି ବେଳେ ୩.୯୭ ଲକ୍ଷ ଟଙ୍କା ପାଇପାରିବେ । କିନ୍ତୁ ଏଥିପାଇଁ ବାର୍ଷିକ ପ୍ରିମିୟମ ୧୦,୮୨୧ ଟଙ୍କା ଭରିବାକୁ ହେବ । ଯାହାକି ମାସ ହିସାବରେ ୯୦୧ ଟଙ୍କା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.