କ’ଣ ଆପଣ ବି ନିଜ ବାଇକରେ ଏହି ଭୁଲ କରିଛନ୍ତି, ଆଗୁଆ ଜାଣିନିଅନ୍ତୁ ନଚେତ୍‌ ଭାରି ଚାଲାଣ ଭରିବେ

ଟ୍ରାଫିକ ଚାଲାଣ ଗାଡ଼ି ଚାଳକଙ୍କ ଭୁଲ ପାଇଁ ହିଁ କଟିଥାଏ। କିନ୍ତୁ କିଛି ସମୟରେ ମାର୍କ କରିଥିବେ ଗାଡ଼ି କୁ ରୁଲ ଅନ୍ତର୍ଗତ ଚଲାଇବା ସତ୍ତ୍ୱେ ମଧ୍ୟ ଏହା ଅନ୍ୟ ଗାଡ଼ିକୁ ଛାଡ଼ି କେବଳ ଆପଣଙ୍କ ବାଇକ ପଛରେ କାହିଁକି ପଡ଼ିଥାଏ? କ'ଣ ଆପଣ ବି ନିଜ ବାଇକରେ ଏହି ଭୁଲ କରିଛନ୍ତି, ଆଗୁଆ ଜାଣିନିଅନ୍ତୁ ନଚେତ୍‌ ଭାରି ଚାଲାଣ ଭରିବେ।

ଟ୍ରାଫିକ ରୁଲ ବ୍ୟବସ୍ଥା ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ତିଆରି ହୋଇଛି। ରାସ୍ତାରେ ଯିବା ସମୟରେ ଯେପରି ସବୁ ନିୟମକୁ ପାଳନ କରାଯିବ ସେଥିପ୍ରତି କଡ଼ା ଦୃଷ୍ଟି ମଧ୍ୟ ଦିଆଯାଏ। ଟ୍ରାଫିକ ଚାଲାଣ ଗାଡ଼ି ଚାଳକଙ୍କ ଭୁଲ ପାଇଁ ହିଁ କଟିଥାଏ। କିନ୍ତୁ କିଛି ସମୟରେ ମାର୍କ କରିଥିବେ ଗାଡ଼ି କୁ ରୁଲ ଅନ୍ତର୍ଗତ ଚଲାଇବା ସତ୍ତ୍ୱେ ମଧ୍ୟ ଏହା ଅନ୍ୟ ଗାଡ଼ିକୁ ଛାଡ଼ି କେବଳ ଆପଣଙ୍କ ବାଇକ ପଛରେ କାହିଁକି ପଡ଼ିଥାଏ?

ଅନେକ ଥର ଆପଣ ଦେଖିଥିବେ ରାସ୍ତାରେ ଯିବା ସମୟରେ ଟ୍ରାଫିକ ପୋଲିସ ଆପଣଙ୍କ ବାଇକକୁ ପ୍ରଥମେ ରୋକିଥାଏ। ପରେ ଚାଲାଣ ମଧ୍ୟ କାଟିଥାଏ। ଏମିତିରେ କିଛି ଲୋକ ନିୟମ ମଧ୍ୟ ଭାଙ୍ଗିଥାନ୍ତି। କିନ୍ତୁ ଟ୍ରାଫିକ ପୋଲିସ ତାଙ୍କୁ ରୋକିବା ବଦଳରେ ଆପଣଙ୍କୁ ରୋକିଥାଏ। ଚାଲାଣ ମଧ୍ୟ କାଟିଦିଏ। ଏହି ଚାଲାଣ ଏତେ ଭାରି ହୋଇଥାଏ ଯେ ଏହାକୁ ଭାବି ଲୋକ ଚିନ୍ତାରେ ପଡ଼ିଯାନ୍ତି। ଯେ କିଛି ଭୁଏ ନକରି ମଧ୍ୟ ଏତେ ବଡ଼ ଚାଲାଣ କିପରି କଟିଲା.. ଯଦି ଆପଣଙ୍କ ସହ ଏମିତି ସମସ୍ୟା ହେଉଛି ଆଉ ଆପଣ ବୁଝି ପାରୁ ନାହାନ୍ତି । ତେବେ ଆମେ ଆଜି ଏହାର କାରଣ ସମ୍ପର୍କରେ କହିବୁ..

ଆଜି ଜାଣନ୍ତୁ ଯେ ଏଭଳି ବାଇକକୁ କାହିଁକି ଟ୍ରାଫିକ ପୋଲିସ ଧରିଥାଏ। ଏହାସହ ଚାଲାଣ ମଧ୍ୟ କାଟିଥାଏ। ଟ୍ରାଫିକ ପୋଲିସ ଏଭଳି ଗାଡ଼ିକୁ ଦେଖିବା ମାତ୍ରେ ପ୍ରଥମେ ରୋକିକି ପରେ ଭାରି ଚାଲାଣ କାଟିଥାଏ।

ନମ୍ବର ପ୍ଲେଟ:
ଯଦି ଆପଣ ନିଜ ମୋଟର ସାଇକେଲର ନମ୍ବର ପ୍ଲେଟରେ କୌଣସି ପ୍ରକାରର କାମ କରିଛନ୍ତି , ସେ ନମ୍ବର ପ୍ଲେଟକୁ ନେଇ ହେଉ ଅବା ତାର ରଙ୍ଗକୁ ନେଇ.. ଆଉ ଯଦି ଆପଣ ନିଜ ନମ୍ବର ପ୍ଲେଟରେ କୌଣସି ପ୍ରକାରର ଷ୍ଟିକର ଲଗାଇ ରଖୁଛନ୍ତି ତେବେ ଏମିତି ରେ ଆପଣଙ୍କ ଗାଡ଼ିକ ୁ ଟ୍ରାଫିକ ପୋଲିସ ସର୍ବ ପ୍ରଥମେ ରୋକିଥାଏ। ଆଉ ଭାରି ଚାଲାଣ କାଟିଥାଏ। କାରଣ ଏମିତି କରିବା ଦ୍ୱାରା ନମ୍ବର ପ୍ଲେଟ ଠିକ ଭାବେ ଦେଖାଯାଇନଥାଏ। ଆଉ ନମ୍ବର ବିଷୟରେ ଜାଣି ପାରିବା ବହୁତ କଷ୍ଟ ହୋଇଥାଏ। ଏହି କାରଣରୁ ଅନେକ ଅପରାଧ ମଧ୍ୟ ହେଉଛି। ପରେ ଅପରାଧିକୁ ଧରିବା କଷ୍ଟ ହୋଇଥାଏ। ଯଦି ଆପଣ ବି ଏମିିତି କରୁଛନ୍ତି ତେବେ ଭାରି ଚାଲାଣ କଟିବ।

ହେଡ ଲାଇଟ ଓ ଟେଲ ଲାଇଟ:
ଯଦି ଆପଣ ନିଜ ଗାଡ଼ିର ହେଡ ଲାଇଟ କିମ୍ବା ଟେଲ ଲାଇଟରେ କୌଣସି ପ୍ରକାରର ପରିବର୍ତ୍ତନ କରିଛନ୍ତି , କିମ୍ବା ଏହି ଲାଇଟରେ କୌଣସି ପ୍ରକାରର କଭର ରହିଛି ଯାହା ଦ୍ୱାରା ଲାଇଟ ଅଲଗା କଲରର ଦେଖାଯାଉଛି ତେବେ ଆପଣଙ୍କ ଗାଡ଼ିକୁ ପୋଲିସ ଆଗ ଧରିବ। ଏହା ଟ୍ରାଫିକ ନିୟମ କୁ ଉଲଂଘନ କରିଥାଏ। ତେଣୁ ଟ୍ରାଫିକ ପୋଲିସ ଏହାକୁ ରୋକିଥାଏ। ଏମିତିରେ ଆପଣ ଅନ୍ୟ କିଛି ଭୁଲ ନକଲେ ବି ଭାରି ଚାଲାଣ କଟିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.