ପୁଣି ବଢ଼ିଲା ତେଲ ଦର, ୮୦ ଟଙ୍କା ପହଁଚିପାରେ ପେଟ୍ରୋଲ ଦାମ୍‌

କରୋନା ସଂକଟ ମଧ୍ୟରେ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ ହେଉଛି। ଲଗାତର ୯ ଦିନ ଧରି ବଢ଼ିଲା ତୈଳ ଦର। କରୋନା ମହାମାରୀ ଏବଂ କରୋନା କଟକଟାରେ ଲୋକେ ଆର୍ଥିକ ସଂକଟ ଦେଇ ଗତି କରୁଥିବାବେଳେ ଏବେ ଚିନ୍ତା ବଢ଼ାଇଛି ତୈଳ ଦର। ଗତ ୯ ଦିନ ଧରି ବୃଦ୍ଧି ପାଉଛି ତୈଳ ଦର। କୁହାଯାଉଛି ଏବେ ଦୁଇ ସପ୍ତାହ ଧରି ଏମିତି ତେଲ ଦର ବୃଦ୍ଧି ପାଇବାର ଆଶଙ୍କା ନାହିଁ।

ଏମିତି ଭାବରେ ଜୁନର ଶେଷ ତାରିଖ ପଯ୍ୟର୍ନ୍ତ ଦିଲ୍ଲୀ ଏବଂ ଦେଶର ଅନ୍ୟ ସ୍ଥାନରେ ପେଟ୍ରୋଲ ୮୦ ଟଙ୍କା ଲିଟର ପାର କରିବ।
ଆଜି ପେଟ୍ରୋଲ ଦର ୫ ଟଙ୍କା ଏବଂ ଡିଜେଲ ୫.୨୩ ପଇସା ବଢ଼ିଛି। ଏହି ଦର ବଢ଼ିବା ପରେ ଦିଲ୍ଲୀରେ ପେଟ୍ରୋଲ ୭୬.୨୬ ରହିଥିବାବେଳେ ଡିଜେଲ ରହିଛି ୭୪.୬୨ ଟଙ୍କା ଲିଟର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.