Below header

ଘରୋଇ କଳହକୁ ନେଇ ଅଭାବନୀୟ ଘଟଣା, ବୋହୂକୁ ତୀର ମାରିଲା ଶ୍ୱଶୁର

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ତୁଳସିବଣି ଗାଁରେ ଅଭାବନୀୟ ଘଟଣା। ଘରୋଇ କଳିରୁ ଉତ୍‌କ୍ଷିପ୍ତ ହୋଇ ବୋହୂକୁ ତୀର ମାରିଲା ଶ୍ୱଶୁର। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ଶାଶୁ ଓ ବୋହୂଙ୍କ ମଧ୍ଯରେ କଥା କଟାକଟି ହୋଇଥିଲା। ଏଥିଲେ ଉତ୍‌କ୍ଷିପ୍ତ ହୋଇ ଶ୍ୱଶୁର ନାରୁ ହୋ ବୋହୂକୁ ତୀର ମାରିଥିଲା।

ଏହାପରେ ବୋହୂକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯିପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସ୍ତୋରପଚାର ପରେ ଡାକ୍ତର ତୀରଟିକୁ ବାହାର କରିଦେଇଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ବୋହୂକୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.