ଖୁବ ଶୀଘ୍ର ଭାରତୀୟ ବଜାରରେ ଲଞ୍ଚ ହେବ “Whatsapp payment” ସର୍ଭିସ, ଗ୍ରାହକଙ୍କୁ ମିଳିବ ଏହି ଏହି ସୁବିଧା

ଭାରତ ସମେତ ବିଶ୍ୱର ଅନ୍ୟାନ ଦେଶରେ ଖୁବ ଶୀଘ୍ର ଆରମ୍ଭ “ହୁଆର୍ଟ୍ସ ଅପ ପେମେଣ୍ଟ ଆପ” । ବିଶ୍ୱରେ ସବୁଠୁ ଅଧିକ ବ୍ୟବହୃତ ହେଉଥିବା ମଲ୍ଟି ମିଡ଼ିଆ ମେସେଜିଙ୍ଗ ଆପ ହୁଆର୍ଟ୍ସ ଅପ ପେ ମେଣ୍ଟ ସର୍ଭିସ ବ୍ରାଜିଲରେ ଅଫିସିଆଲ ଭାବେ ଲଞ୍ଚ ହୋଇଛି । ଫେସବୁକ ସିଇଓ ମାର୍କ ଜୁକରବର୍ଗ ନିଜ ଫେସବୁକ ପୋଷ୍ଟରେ ହିଁ ଏବାବଦରେ ସୂଚନା ଦେଇଛନ୍ତି । ବ୍ରାଜିଲରେ ହୁଆର୍ଟ୍ସ ଅପର ପେମେଂଟ ସର୍ଭିସ ଲଞ୍ଚିଙ୍ଗ ଉପରେ ମାର୍କ କହିଛନ୍ତିଯେ, ଆଜି ଆମେ ବ୍ରାଜିଲରେ “ହୁଆର୍ଟ୍ସ ଅପ” ପେମେଂଟ ସର୍ଭିସ ଆପ ଲଂଚ କରୁଛୁ । ଏହାଦ୍ୱାରା କୌଣସି ସ୍ଥାନକୁ ସହଜରେ ଟଙ୍କା ନେଣ ଦେଣ କରାଯାଇପାରିବା ସହ ଅନ୍ୟ ସୁବିଧା ମାନ ମଧ୍ୟ ମିଳିପାରିବ । ଏମିତିକି ହୁଆର୍ଟ୍ସ ଅପରେ ଫଟୋ ତଥା ମେସେଜ ପଠାଇବା ପରି ଟଙ୍କା ମଧ୍ୟ ସାହଜରେ ସହଜରେ ପଠାଯାଇ ପାରିବ । ଆମେ ଖୁବ ଶୀଘ୍ର ଛୋଟ ବ୍ୟପାରୀ ମାନଙ୍କୁ ବି ହୁଆର୍ଟ୍ସ ଅପ ଜରିଆରେ କିଣା ବିକାର ସୁବିଧା ଯୋଗାଇବାକୁ ଯାଉଛୁ ।

Kashmir: Now WhatsApp Removing Members from Groups as Digital ...

ଜୁକରବର୍ଗ ଏହା ମଧ୍ୟ କହିଛନ୍ତିକି, ହୁଆର୍ଟ୍ସ ଅପ ପେମେଣ୍ଟ ଆପ ଆରମ୍ଭ କରାଯିବା ନେଇ ବ୍ରାଜିଲର କିଛି ସ୍ଥାନୀୟ ବ୍ୟାଙ୍କ ମାନଙ୍କ ସହ ବୁଝାମଣା ସ୍ୱାକ୍ଷରିତ ହୋଇଛି । ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରାଜିଲରେ ହିଁ ପ୍ରଥମେ ଏହି ସୁବିଧା ଆରମ୍ଭ କରାଯାଇଛି । ଅନ୍ୟ ଦେଶ ଗୁଡିକରେ ବି ଏହି ସୁବିଧା ଖୁବ ଶୀଘ୍ର ଆରମ୍ଭ କରି ଦିଆଯିବ । ଖୁବ ଶୀଘ୍ର ଭାରତରେ ବି ଏହି ସୁବିଧା ପ୍ରଚଳନ କରିବା ନେଇ ମାର୍କ ଜୁକରବର୍ଗ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.