ରେଲୱେ ଆଲର୍ଟ: ଟ୍ରେନ୍‌ରେ ଯାତ୍ରା କରିବା ପୂର୍ବରୁ ଜାଣି ରଖନ୍ତୁ ଏସବୁ ନିୟମ, ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଫେଷ୍ଟିଭ୍‌ ସିଜନ୍‌ରେ ଘରକୁ ଫେରୁଥିବା ଲୋକଙ୍କ ପାଇଁ ଭାରତୀୟ ରେଳ ବିଭାଗ ଜରୁରୀ ସୂଚନା ସେୟାର କରିଛି। ରେଲେଓ୍ଵ କହିଛି ଟ୍ରେନ୍‌ରେ ଯିବା ବେଳେ କୌଣସି ଯାତ୍ରୀ ବାଣ ନେଇ ଯାଆନ୍ତୁ ନାହିଁ। ଯଦି ଯାତ୍ରା ବେଳେ କାହା ପାଖରେ ବାଣ ମିଳେ, ତେବେ ତାଙ୍କ ବିରୋଧରେ ବାଣ ଚୋରାଚାଲାଣ ଅଭିଯୋଗରେ ମାମଲା ରୁଜୁ ହେବ। ଏଭଳି କୌଣସି କାର୍ଯ୍ୟ କରିବା ନିୟମ ବିରୋଧ ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି। ଯଦି କେହି ବାଣ ନେଉଥିବା ଧରାପଡ଼େ ତେବେ ରେଲୱେ ଆକ୍ଟ ୧୯୮୯ ର ସେକ୍ସନ୍‌ ୬୭ର ଉଲ୍ଲଂଘନ ହେବ।

ଏହି ଆକ୍ଟ ମୁତାବକ କୌଣସି ବ୍ୟକ୍ତି ଯାତ୍ରା କରିବା ସମୟରେ ନିଜ ସାଙ୍ଗରେ ବାଣ, ଗ୍ୟାସ ସିଲିଣ୍ଡର ଭଳି ଜିନିଷ ନେଇ ଯାଇପାରିବେ ନାହିଁ। ଯଦି କେହି ଏଭଳି କରେ ତେବେ ସେକ୍ସନ୍‌ ୧୬୪ ଓ ୧୬୫ ଅନ୍ତର୍ଗତ ତାଙ୍କୁ ଦଣ୍ଡ ଦିଆଯିବ। ଚଳିତବର୍ଷ ଦୀପାବଳିରେ ରେଳ ବିଭାଗ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ନିୟମରେ ଯେଭଳି କୌଣସି ବ୍ୟକ୍ତି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବାଣ ଚୋରାଚାଲାଣ ନ କରେ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଛଟ ପୂଜା ପର୍ଯ୍ୟନ୍ତ ଏହାକୁ କଡ଼ାକଡ଼ି ଲାଗୁ କରାଯିବ।

firecrackers

ଏହା ବ୍ୟତୀତ ରେଳ ଷ୍ଟେସନ୍‌ରେ ମୁତୟନ କରାଯାଇଥିବା ସୁରକ୍ଷାକର୍ମୀଙ୍କୁ ମଧ୍ୟ ଯାତ୍ରୀଙ୍କ ଜିନିଷପତ୍ର ଯାଞ୍ଚ୍‌ କରିବା ପରେ ହିଁ ତାଙ୍କୁ ଟ୍ରେନ୍‌ରେ ଚଢ଼ିବାକୁ ଦେବାକୁ ନିର୍ଦ୍ଦେଶ ରହିଛି। ଚଳିତବର୍ଷ ଛଟ୍‌ ପୂଜାକୁ ଦୃଷ୍ଟିରେ ରଖି ରେଳ ବିଭାଗ ତରଫରୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ଘୋଷଣା କରାଯାଇଛି। ଫଳରେ ଯାତ୍ରୀମାନେ ସୁବିଧାରେ ଘରେ ପହଞ୍ଚିପାରିବେ।

You might also like