ପ୍ରେମ ସମ୍ପର୍କରୁ ବଚସା, ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ

ସମ୍ବଲପୁର (କେନ୍ୟୁଜ ବ୍ୟୁରୋ) : ପ୍ରେମ ସମ୍ପର୍କରୁ ବଚସାକୁ କେନ୍ଦ୍ର କରି ଟାଙ୍ଗିଆରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ । ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କାଣ୍ଡତୈଲା ଗାଁରେ । ଆକ୍ରମଣରେ ଆହତ ହୋଇଛନ୍ତି ଜଣେ ଯୁବକ । ତାଙ୍କ ନାଁ ରଞ୍ଜିତ । ତାଙ୍କ ବେକରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ପଡ଼ୋଶୀ ଜଣେ ଝିଅଙ୍କ ସହରଞ୍ଜିତଙ୍କର ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ଏନେଇ ଯୁବତୀଙ୍କୁ ଦୁଇ ଭାଇ ତାଙ୍କୁ ତାଗିଦ କରିଥିଲେ । ଏହାକୁ ନେଇ ବଚସାରୁ ଦୁଇ ଭାଇ ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ । ଘଟଣା ପରେ ଫେରାର ଅଛନ୍ତି ଆକ୍ରମଣକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.