ଏହି ସରକାରୀ ଯୋଜନାରେ ନିବେଶ କରି ହୁଅନ୍ତୁ ମାଲାମାଲ୍, ୧୧୫ ମାସରେ ଡବଲ ହୋଇଯିବ ଆପଣଙ୍କ ଟଙ୍କା
କୃଷଙ୍କ ପାଇଁ ଆସିଲା ଖୁସି ଖବର । କାହିଁକିନା ଛୋଟ ସଞ୍ଚୟ ଯୋଜନା ଅଧୀନରେ ଆସୁଥିବା କିଷାନ ବିକାଶ ପତ୍ରରେ ନିବେଶର ଏକ ବହୁତ ଭଲ ବିକଳ୍ପ ମିଳିବାକୁ ଯାଉଛି ।

କୃଷଙ୍କ ପାଇଁ ଆସିଲା ଖୁସି ଖବର । କାହିଁକିନା ଛୋଟ ସଞ୍ଚୟ ଯୋଜନା ଅଧୀନରେ ଆସୁଥିବା କିଷାନ ବିକାଶ ପତ୍ର (KVP) ରେ ନିବେଶର ଏକ ବହୁତ ଭଲ ବିକଳ୍ପ ମିଳିବାକୁ ଯାଉଛି । ସରକାର ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପାଇଁ କିସାନ ବିକାଶ ପତ୍ରର (KVP) ସୁଧ ହାର ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ସୁଧ ହାର ବ୍ୟତୀତ ମ୍ୟାଚୁରିଟୀ ପିରିୟଡରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ଡିଟେଲରେ ।
ଅର୍ଥ ମନ୍ତ୍ରଣାଳୟର ସରକାରୀ ବିଜ୍ଞପ୍ତି ଅନୁଯାୟୀ ନୂଆ ହାର ୭.୫% ହେବ ଏବଂ ଆକାଉଣ୍ଟ ବର୍ତ୍ତମାନ ୧୧୫ ମାସରେ ପରିପକ୍ବତା ହେବ। ଏହାର ଅର୍ଥ ହେଉଛି KVP ଯୋଜନା ଅଧୀନରେ ଜମା ହୋଇଥିବା ଟଙ୍କା ବର୍ତ୍ତମାନ ୧୧୫ ମାସରେ ନିଜକୁ ଦ୍ୱିଗୁଣିତ କରିବ। ପୁର୍ବରୁ ଏହାର ମ୍ୟାଚୁରିଟୀ ପିରିୟଡ ୧୨୩ ମାସ ଥିଲା । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବର୍ଦ୍ଧିତ ସୁଧ ଦର ଏବଂ କମ୍ ମ୍ୟାଚୁରିଟୀ ପିରିୟଡର ଲାଭ ୩୦ ଜୁନ୍ ପର୍ଯ୍ୟନ୍ତ ମିଳିବ ।
କିସାନ ବିକାଶ ପତ୍ର (KVP) ପୂର୍ବ ସୁଧ ହାର ୭.୨% ଥିଲା। ସେହିପରି କେଭିପି ସହିତ ସରକାର ସିନିୟର ସିଟିଜେନ୍ ସେଭିଂ ସ୍କିମ୍ (SCSS), ସୁକନ୍ୟା ସମୃଦ୍ଧି ଯୋଜନା ଡାକଘର FD, ଡାକଘର ମାସିକ ଆୟ ଯୋଜନା ଏବଂ ଡାକଘର ସ୍ଥିର ଜମା ପରି ସୁଧ ହାରରେ ସଂଶୋଧନ କରିଛନ୍ତି। ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (PPF) ର ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ।
ସରକାର ତ୍ରୈମାସିକରେ ବିଭିନ୍ନ କ୍ଷୁଦ୍ର ସଞ୍ଚୟ ଯୋଜନା ପାଇଁ ସୁଧ ହାରକୁ ସଂଶୋଧନ କରନ୍ତି। ସୁଧ ହାରର ପରବର୍ତ୍ତୀ ସଂଶୋଧନ ଆସନ୍ତା ଜୁନ୍ ୩୦ ସୁଦ୍ଧା ହେବ। ଯେଉଁଠାରେ, KVP ଖାତା ସଂଖ୍ୟା ଉପରେ କୌଣସି ସୀମା ନାହିଁ। ସେହିପରି ଡାକଘର ଯୋଜନା ଅଧୀନରେ ଆପଣ ଯେକୌଣସି ସଂଖ୍ୟକ KVP ଖାତା ଖୋଲିପାରିବେ। ଏହି ସ୍କିମ୍ ଅଧୀନରେ ଆପଣ ସର୍ବନିମ୍ନ ୧୦୦୦ ଟଙ୍କା ଜମା କରିପାରିବେ। ବିନିଯୋଗର କୌଣସି ଉପର ସୀମା ନାହିଁ।
ଜମା ତାରିଖରୁ ଦୁଇ ବର୍ଷ ଛଅ ମାସ ପରେ କେଭିପି ଆକାଉଣ୍ଟ ବନ୍ଦ ହୋଇପାରିବ। ୧୦ ବର୍ଷରୁ ଅଧିକ ନାବାଳକ ମଧ୍ୟ ନିଜ ନାମରେ KVP ଖାତା ଖୋଲିପାରିବେ। ପ୍ରକାଶ ଥାଉକି ନିକଟରେ ଏହି ଯୋଜନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ଦ୍ୱାରା ପରିଚାଳିତ ଏହି ସମସ୍ତ ଯୋଜନାରେ ନିବେଶକମାନଙ୍କ ପାଇଁ ପାନ୍ ଏବଂ ଆଧାର କାର୍ଡ଼ ଲିଙ୍କ କରାଯାଇଛି।
ସେହିପରି ଯଦି ମ୍ୟଚୁରିଟୀ ପିରିୟଡ ପୂର୍ବରୁ ଯୋଜନା ଟଙ୍କା ବାହାର କରିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ପେନାଲ୍ଟୀ ଧାର୍ଯ୍ୟ କରାଯାଇଛି । ଏହି ପେନାଲ୍ଟୀ ଏକ ବର୍ଷ ପୂର୍ବରୁ ଟଙ୍କା ଉଠାଇବା ଦ୍ୱାରା ଲାଗିଥାଏ । ଯଦି ଗୋଟେ ବର୍ଷରୁ ଅଢ଼େଇ ବର୍ଷ ଭିତରେ ଟଙ୍କା ଉଠାଉଛନ୍ତି ତାହେଲେ ପେନାଲ୍ଟୀ ଲାଗିନଥାଏ । କିନ୍ତୁ ସୁଧ କମ୍ ହୋଇଯାଏ ।