Below header

LG Q8 ସ୍ମାର୍ଟଫୋନର ହେଲା ବଜାର ପ୍ରବେଶ  

ନୂଆଦିଲ୍ଳୀ : ଦକ୍ଷିଣ କୋରିଆ କମ୍ପାନୀ LG ନିଜର ଘରୋଇ ମାର୍କେଟରେ LG Q8 (୨୦୧୮) ଲଞ୍ଚ କରିଛି।  କମ୍ପାନୀରୁ ମିଳିଥିବା ସୂଚନା ଅନୁଯାୟୀ ଏହା ମିଲେଟ୍ରୀ ଗ୍ରେଡ଼୍ MIL-STD 810G ଷ୍ଟାଣ୍ଡାଡ଼ ଏବଂ ଆଇପି ୬୮ର ରହିଛି। ଏହା ସହ ସ୍ମାର୍ଟଫୋନରେ ୬.୨ଇଞ୍ଚ ଡ଼ିସପ୍ଲେ, ଏବଂ ଆଡ଼୍ରୋଏଡ଼ ୮.୧ ଓରିୟୋ ଅପରେଟିଂ ସିଷ୍ଟମ ରହିଛି , ଯାହା ଏହାକୁ ଅନ୍ଯ ମୋବାଇଲରୁ ଭିନ୍ନ କରିଛି। ଫୋନରେ ଏଲଜିର କ୍ଯୁ ଲେନ୍ସ ଫିଚର ଲଞ୍ଚ କରିଛି ଯାହା ବିଲ୍ଟ ଇନ୍ କ୍ଯାମେରା ସେନ୍ସର  ସାହାଯ୍ଯରେ ସବଜେକ୍ଟକୁ ଏନଲାଇଜ୍ କରିବା ସହ ଇଣ୍ଟରନେଟରେ ଏଥି ସମ୍ବନ୍ଧୀୟ ସମସ୍ତ ସୂଚନା ଏକାଠୀ କରିଥାଏ। ଏହି ଫିଚର ଜରୀଆରେ ଗ୍ରାହକ ଯେକୌଣସି କ୍ଯୁଆର କୋଡ ମଧ୍ୟ ପଢ଼ିପାରିବେ। ଏହି ସ୍ମାର୍ଟଫୋନର ମୂଲ୍ଯ ୫୩୯,୦୦୦ କୋରୀୟାଇ ବାନ୍ ଯାହାକି ଭାରତୀୟ ମୁଦ୍ରାରେ ୩୨,୯୦୦ ଟଙ୍କା ରହିଛି। ଏହାର ଏବେ ଓରିଓ ବ୍ଳୁ ଏବଂ ମେରିକମ୍ ବ୍ଳୁ ରଙ୍ଗ ଲଞ୍ଚ କରାଯାଇଛି। ସେହିପରି ଭାରତରେ ଏହାର ଲଞ୍ଚିଂ ନେଇ କୌଣସି ସୂଚନା ମିଳିନାହିଁ।

LG Q8 ସ୍ମାର୍ଟଫୋନର ପ୍ରୋସେସର ସ୍ନାପଡ଼୍ରାଗନ ୪୫୦ ହେବା ସହ ରାମ୍ ୪ଜିବି ଏବଂ ଇନବିଲ୍ଡ ଷ୍ଟୋରେଜ୍ ୬୪ଜିବି ରହିଛି। ଏହା ଛଡ଼ା ଏଥିରେ ୨ଟିବି ଏକ୍ସଟ୍ରା ମେମୋରୀ ଏବଂ ୩୩୦୦ ଏମଏଏଚ୍ ବ୍ଯାଟେରୀ ସୁବିଧା ମଧ୍ୟ ରହିଛି। ଏହାର କ୍ଯାମେରା ୧୬ ଏବଂ ୫ ମେଗାଫିକ୍ସଲ ରହିଛି। ଏହାର ଫ୍ରଣ୍ଟ କ୍ଯାମେରା ୧୦୦ ଡ଼ିଗ୍ରୀ ସୁପର ୱାଇଡ଼ ଏଙ୍ଗଲ ଲେନ୍ସର ସହିତ ଆସିଥାଏ। ସାମସଙ୍ଗ ନୋଟ ଭଳି ଏଥିରେ ମଧ୍ୟ ଷ୍ଟାଇଲିସ ପେନ ଦିଆଯାଇଛି ଯାହା ଦ୍ବାରା ଆପଣ ମୋବାଇଲ ଡ଼ିସପ୍ଲେକୁ ଅପୋରେଟ କରିପାରିବେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.