Below header

କେଶ ଝଡ଼ିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଆୟୁର୍ବେଦର ଏହି ୫ଟି ଉପାୟ !

ବର୍ଷା ଦିନରେ ସର୍ବଦା ଲୋକମାନେ କେଶ ଝଡିବା ସମସ୍ୟା ବିଷୟରେ ଅଭିଯୋଗ କରିଥାନ୍ତି । ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ, ଆୟୁର୍ବେଦ ଉପଚାରରୁ । କହି ରଖୁଛୁ ଏମିତି ଅନେକ ଜିନିଷ ଅଛି ଯାହାକୁ ବ୍ୟବହାର କରି ଆପଣ ମାନେ କେଶ ଝଡିବା ସମସ୍ୟରୁ ରକ୍ଷା ପାଇ ପାରିବେ । ଆସନ୍ତୁ ଜାଣିବା ଆୟୁର୍ବେଦରେ ଏମିତି କେଉଁ ୫ଟି ଉପାୟ ଅଛି ଯାହା ବ୍ୟବହାର ଦ୍ବାରା ଆମକୁ ଏହି ସମସ୍ୟରୁ ରକ୍ଷା ମିଳିପାରିବ ।

ଭୃଙ୍ଗରାଜ୍ : ମଜଭୁତ ଏବଂ ଘନକଳା କେଶ ପାଇଁ ଏହି ତେଲ ନିୟମିତ ବ୍ୟବହାର କରନ୍ତୁ ଦେଖିବେ ଆପଣ ନିଜେ ହିଁ ଏହି ପରିବର୍ତ୍ତନକୁ ଜାଣିପାରିବେ । ଭୃଙ୍ଗରାଜ ତେଲ କେବଳ ଚନ୍ଦାପଣ ଠିକ୍ କରି ନଥାଏ ଏହା ସହ ସମୟ ପୂର୍ବରୁ କେଶକୁ ଧଳା ହେବାକୁ ଦିଏ ନାହିଁ ।

ବ୍ରାହ୍ମି : ବ୍ରାହ୍ମି ଏବଂ ଦହିକୁ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରି କେଶରେ ଲଗାଇବା ଦ୍ବାରା କେଶ ଝଡିବା ବନ୍ଦ ହୋଇଥାଏ । ବ୍ରାହ୍ମି ତେଲ ନିୟମିତ କେଶରେ ମାଲିସ୍ କରନ୍ତୁ ଦେଖିବେ ଆପଣଙ୍କର କେଶ ଘନକଳା ଦେଖାଯିବ ।

ଅଁଳା : ଅଁଳାରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡେଣ୍ଟ୍ ପ୍ରଚୁର ମାତ୍ରାରେ ରହିଥାଏ ଯାହା କେଶକୁ ଜଲଦି ବଢିବାରେ ସାହାଯ୍ୟ କରିଥାଏ । ଅଁଳା, ବ୍ରାହ୍ମି ଏବଂ ଦହିକୁ ଏକାଠି କରି ପ୍ୟାକ୍ ପ୍ରସ୍ତୁତ କରି କେଶରେ ଲଗାନ୍ତୁ ।

ଲିମ୍ବ : ଲିମ୍ବ ପତ୍ର ବ୍ୟବହାର କରିବା ଦ୍ବାରା କେଶ କେବଳ ଘନ ହୋଇ ନଥାଏ ଏହା ସହିତ ରୂପି ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଲିମ୍ବର ପାଉଡର୍ ତିଆରି କରି ନିଅନ୍ତୁ । ଏହି ପାଉଡରକୁ ଦହି କିମ୍ବା ନଡିଆ ତେଲରେ ମିଶାଇ କେଶ ମୂଳରେ ମାଲିସ୍ କରନ୍ତୁ ।

ସିଠା : ସିଠା ବ୍ୟବହାର କରିବା ଦ୍ବାରା ଆପଣଙ୍କ କେଶ ସୁନ୍ଦର କଳା ଏବଂ ଘନ ହୋଇଥାଏ । ସିଠା ପାଉଡରକୁ ତେଲରେ ମିଶାଇ ମୁଣ୍ଡରେ ମସାଜ କରନ୍ତୁ ଦେଖିବେ ଆପଣଙ୍କର କେଶ ଝଡିବା ସମସ୍ୟା ବନ୍ଦ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.