ବନବିଭାଗ ନୁହେଁ, ଗ୍ରାମବାସୀ ଧରିଲେ ୬ ଫୁଟ ଲମ୍ବର କୁମ୍ଭୀର

ମାଲକାନଗିରି : କାଲିମେଳା ବ୍ଲକ ଏମ୍ଭି-୭୮ ଗାଁ ପୋଖରୀରୁ ଏକ ୬ ଫୁଟ ଲମ୍ବର ଗୋମୁହାଁ କୁମ୍ଭୀର ଉଦ୍ଧାର କରାଯାଇଛି । ଏହି କୁମ୍ଭୀରଟି ୨ ବର୍ଷ ତଳେ ସ୍ଥାନୀୟ ନଦୀରୁ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଆସିଥିଲା । ଏନେଇ ଗାଁଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କୁମ୍ଭୀରକୁ ଧରି ନପାରି ଗାଁଲୋକଙ୍କୁ ଧରିବାକୁ କହିଥିଲା । କୁମ୍ଭୀରଟି ପୋଖରୀରେ ମାଛ ମାରି ଖାଉଥିଲା । ଗାଁଲୋକେ ପୋଖରୀକୁ ଗାଧୋଇବାକୁ ଗଲେ କୂଳକୁ ପଳାଇ ଆସୁଥିଲା । ଏଥିଯୋଗୁ ଲୋକେ ଭୟଭୀତ ହୋଇ ପଡ଼ୁଥିଲେ । ପ୍ରତିଦିନ କୁମ୍ଭୀରର ଉତ୍ପାତ ବଢୁଥିବାରୁ ଗାଁଲୋକେ ଧରିବାକୁ ଜାଲ ବିଛାଇଥିଲେ ।

ଆଜି ସକାଳେ ଗାଁର ଆନନ୍ଦ ହାଲଦାର, ଉତ୍ତମ ଯୋଦାର, ଅପୂର୍ବ ମଣ୍ଡଳ, ଉତ୍ତମ ବିଶ୍ୱାସ ଓ ଅସୀମ ଯୋଦାର କୁମ୍ଭୀରକୁ କାବୁ କରିଥିଲେ । ପରେ ବନ ବିଭାଗ ଅଧିକାରୀ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଥିଲେ । ପୋଖରୀରେ ଆଉ ଏକ କୁମ୍ଭୀର ରହିଥିବା ଗାଁଲୋକେ କହିଛନ୍ତି । ଏହି କୁମ୍ଭୀରକୁ ଦେଖିବା ପାଇଁ ଆଖପାଖ ଗାଁଲୋକେ ଏକାଠି ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.