Below header

ଚୋରି କରିବା ପଡିଲା ମହଙ୍ଗା : ଗ୍ରାମବାସୀଙ୍କ ମାଡରେ ଲହୁଲୁହାଣ ଲୁଟେରା

ଅନୁଗୁଳ : ଚୋରି କରିବା ପଡିଲା ମହଙ୍ଗା । ଗ୍ରାମବାସୀଙ୍କ ମାଡରେ ଲହୁଲୁହାଣ ହେଲା ଲୁଟେରା । ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ବଳରାମପ୍ରସାଦରେ । ଅଭିଯୋଗ ଅନୁସାରେ, ଜଣେ ମହିଳା ଚାଲି ଚାଲି ଯାଉଥିବା ବେଳେ ଲୁଟେରା ଜଣକ ବାଇକରେ ଆସି ବେକରୁ ସୁନା ଚେନ୍ ଛିଣ୍ଡାଇ ଖସି ଯିବାକୁ ଚେଷ୍ଟା କରୁଥିଲା । ତେବେ ମହିଳା ଜଣକ ପାଟିକରିବାରୁ ଗ୍ରାମବାସୀ ଏକାଠି ହୋଇ ଅଭିଯୁକ୍ତର ପିଛା କରିଥିଲେ । କିଛି ବାଟ ଯିବା ପରେ ବାଇକରୁ ଲୁଟେରା ଜଣକ ପଡିଯିବାରୁ ଗ୍ରାମବାସୀ କାବୁ କରି ନିର୍ଧୁମ୍ ଛେଚିଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.