Below header

କ୍ୟୁଟ୍‌ ଏବେ ମୋଟୁ : କପିଲ କରୁଛନ୍ତି କଣ ?

ଅଚାନକ କେଉଁଠି ଲୁଚି ଯାଇଛନ୍ତି କମେଡ଼ି କିଙ୍ଗ କପିଲ ଶର୍ମା । ନା ଟେଲିଭିଜନ୍‌ ସୋ’ରେ ନା କୌଣସି ଷ୍ଟେଜ୍‌ ସୋ’ରେ ତାଙ୍କୁ ଦେଖିବାକୁ ମିଳୁଛି । ତାଙ୍କର କୋଟି କୋଟି ଫ୍ୟାନ୍‌ ଏବେ ନିରାଶ । ଅନେକ ଫ୍ୟାନ୍‌ କପିଲଙ୍କ ପୁରୁଣା କମେଡ଼ି ସୋ’କୁ ୟୁଟ୍ୟୁବରେ ଦେଖି ମନକୁ ସାନ୍ତ୍ୱନା ଦେଉଛନ୍ତି । ତେବେ କଥା ହେଲା, କପିଲ ଗଲେ କୁଆଡ଼େ ? । କିଛି ଦିନ ତଳେ ଗଣମାଧ୍ୟମରେ ତାଙ୍କର ଫଟୋ ବାହାରିଥିଲା । ୟା ଭିତରେ ବସି ବସି ଏତେ ମୋଟା ହୋଇଯାଇଛନ୍ତି ଯେ କ୍ୟୁଟ୍‌ କପିଲ ଏବେ ମୋଟୁ କପିଲ ହୋଇଯାଇଛନ୍ତି ।

ତେବେ ଫ୍ୟାନ୍‌ମାନେ ନିରାଶ ହୁଅନ୍ତୁ ନାହିଁ ଖୁବ୍‌ ଶୀଘ୍ର କିଛି ନୂଆ ହସ ମାଲ୍‌ ନେଇ କପିଲ ଫେରିବେ ଛୋଟ ପରଦାକୁ । ନିକଟରେ ଆମଷ୍ଟରଡାମ୍‌ର ଏକ ସପିଂମଲ୍‌ରେ କପିଲଙ୍କ ଦେଖି ଘେରି ଯାଇଥିଲେ କିଛି ଫ୍ୟାନ୍‌ । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ ଥିଲା କେବେ ଫେରୁଛନ୍ତି ? ସୋ କେବେ ଆରମ୍ଭ ହେବ ? ଆଉ କପିଲ ସେମାନଙ୍କୁ କହିଥିଲେ ପୂର୍ବ ଉପସ୍ଥାପନରେ ଟିକେ ପରିବର୍ତ୍ତନ ଆଣି ମୁଁ ନୂଆ ରୂପରେ ଆସିବ । କାରଣ ପରିବର୍ତ୍ତନ ଜରୁରୀ ଥିଲା । କପିଲଙ୍କ ସୋ କେବଳ ସାଧାରଣ ଦର୍ଶକ ନୁହେଁ, ସେଲିବ୍ରିଟି ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କର ମଧ୍ୟ ପସନ୍ଦ ଥିଲା । ଏବେ ସମସ୍ତଙ୍କ ଅପେକ୍ଷା କେବେ ଆସୁଛି କପିଲଙ୍କ ନୂଆ ସୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.