କମ୍ ଶୋଇଥାନ୍ତି ଆପଣ ହେଲେ କୋଟି କୋଟି କ୍ଷତି ସହିଥାଏ ଦେଶ !

ଆପଣମାନେ ଶୁଣିଥିବେ ସର୍ବଦା କୁହାଯାଏ ଭଲ ସ୍ବାସ୍ଥ୍ୟ ପାଇଁ ଠିକ ମାତ୍ରାରେ ନିଦ ହେବା ଉଚିତ୍ । ନିଦ ପୂରା ନହେବା ଦ୍ବାରା କିଛି ଶାରୀରିକ ସମସ୍ୟା ଦେଖା ଦେଇଥାଏ । କମ୍ ଆପଣ ମାନେ ଶୋଇଥାନ୍ତି ଆଉ କୋଟି କୋଟି ଟଙ୍କାର କ୍ଷତି ଦେଶ ଉଠାଇଥାଏ । ଏହି ସବୁ ଆମେ କହୁନାହୁଁ, ଏହି ସବୁ ଅଷ୍ଟ୍ରେଲିଆର ଏକ ରିସର୍ଚ୍ଚ ଟିମ୍ କହୁଛି ।

ନିଦ ସହ ସମ୍ବନ୍ଧିତ ଏହି ରିସର୍ଚ୍ଚ ଅଷ୍ଟ୍ରେଲିଆର ଭିକ୍ଟୋରିଆ ୟୁନିଭର୍ସିଟିର ରିସର୍ଚ୍ଚର ମାନେ କରିଛନ୍ତି । ରିସର୍ଚ୍ଚରେ ଦେଖା ଯାଇଛି, କେଉଁ ଲୋକମାନଙ୍କୁ କମ୍ ନିଦ ହେବା ଦ୍ବାରା କ’ଣ ଆର୍ଥିକ ସମସ୍ୟା ଦେଖାଦେଇଥାଏ ।

ରିସର୍ଚ୍ଚରୁ ଜଣା ପଡିଛି, ଯଦି ଦେଶର ଜନତା ଠିକ୍ ମାତ୍ରାରେ ନଶୋଇ ପାରନ୍ତି ତେବେ ଦେଶର କୋଟିଏ ଟଙ୍କାର କ୍ଷତି ହୋଇଥାଏ । ଷ୍ଟଡି ଅନୁସାରେ, ନିଦ ନହେବାର ଦ୍ବାରା ହେଉଥିବା ଖର୍ଚ୍ଚରେ ସ୍ବାସ୍ଥ୍ୟ ସୁବିଧାର ଖର୍ଚ୍ଚ, ହେଲଥ୍ ସେକ୍ଟରରୁ ବାହାରେ ହେଉଥିବା ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ, କାର୍ୟ୍ୟକ୍ଷମତା ଉପରେ ପ୍ରଭାବ କାରଣରୁ ହେଉଥିବା କ୍ଷତି ଏବଂ ଗାଡି ଆକ୍ସିଡେଣ୍ଟ୍ ପାଇଁ ହେଉଥିବା କ୍ଷତି ମଧ୍ୟ ଜଡିତ ।

ଅଷ୍ଟ୍ରେଲିଆର ଲୋକ ମାନଙ୍କର କମ୍ ନିଦରେ ଶୋଇବା କାରଣରୁ ପାଖାପାଖି ୧୭.୮୮ ବିଲିୟନ୍ ଅଷ୍ଟ୍ରେଲିଆ ଡଲାରର କ୍ଷତି ହୋଇଥାଏ । ରିର୍ପୋଟ ଅନୁସାରେ ଦୁନିଆର ୮୦ ଭାଗ ବ୍ୟକ୍ତି ଠିକ୍ ଭାବରେ ନିଦରେ ଶୋଇପାରନ୍ତି ନାହିଁ । ଏହି କାରଣ ପାଇଁ ଏମାନଙ୍କ ସ୍ବାସ୍ଥ୍ୟ ଉପରେ ଭାରି ପରିମାଣରେ ଖରାପ ପ୍ରଭାବ ପକାଇଥାଏ ।

ଭିନ୍ନ ଭିନ୍ନ ନିଦର ରିସର୍ଚ୍ଚରୁ ଜଣା ପଡିଛିକି, ଅଷ୍ଟ୍ରେଲିଆର ପାଖାପାଖି ୩୩% ରୁ ୪୫%ର ଲୋକମାନେ ଠିକ୍ ଭାବେ ନିଦରେ ଶୋଇ ନଥାନ୍ତି । ଆମେରିକାରେ ୩୦% ବ୍ରିଟେନରେ ୩୭% ଲୋକଙ୍କର ଏହି ଅବସ୍ଥା ଦେଖିବାକୁ ମିଳିଥାଏ । ଦୁନିଆର ୭୭ ଦେଶର ଲୋକଙ୍କର ତୁଳନାରେ ମୁମ୍ଭାଇର ଲୋକମାନେ ସବୁଠାରୁ ଅଧିକ କାମ କରିଥାନ୍ତି । ମୁମ୍ଭାଇରେ ରହୁଥିବା ବ୍ୟକ୍ତି ଗୋଟେ ବର୍ଷରେ ୩,୩୧୪.୭ ଘଣ୍ଟା କାମ କରିଥାନ୍ତି । ଯାହା ରୋମ୍, ପ୍ୟାରିସ୍ ଭଳି ପ୍ରମୁଖ ୟୁରୋପିୟ ସହରର ତୁଳନାରେ ଦୁଇଗୁଣା ଅଧିକ କାମ କରିଥାନ୍ତି ।

ସାଧରଣ କଥା, ମୁମ୍ଭାଇର ଲୋକମାନେ ମଧ୍ୟ ଅଧିକରୁ ଅଧିକ ସମୟ ଯାଏ କାମ କରିଥାନ୍ତି । ଏହି କାରଣ ପାଇଁ ଏହାର ପ୍ରଭାବ ସେମାନଙ୍କ ନିଦ ଉପରେ ପଡିଥାଏ । ମୁମ୍ଭାଇ ଭଲି ବାକି ସବୁ ଦେଶର ମଧ୍ୟ ଏହି ଅବସ୍ଥା ଦେଖିବାକୁ ମିଳୁଛି । ଭାରତରବି ଅଧିକାଂଶ ଲୋକ ଠିକ୍ ମାତ୍ରାରେ ନିଦରେ ଶୋଇ ନଥାନ୍ତି । ଯାହା ଦ୍ବାରା ଭାରତକୁ ମଧ୍ୟ ଆର୍ଥିକ କ୍ଷତିର ସାମ୍ମନା କରିବାକୁ ପଡିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.