Below header

ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଭଞ୍ଜନଗର : ଚିକିତ୍ସାରେ ଅବହେଳା ଯୋଗୁଁ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ମୃତ୍ୟୁ । ଏଭଳି ଅଭିଯୋଗ ଆଣି ଡାକ୍ତରଖାନାରେ ଧାରଣା ଦେଇଥିଲେ କାର୍ୟ୍ୟରତ ବିଭାଗୀୟ କର୍ମଚାରୀ । ଘଟଣାଟି ହେଉଛି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର । ସୂଚନା ଅନୁସାରେ, ହୃଦଘାତ ଯୋଗୁଁ ରାମଚନ୍ଦ୍ର ପଟ୍ଟନାୟକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ କିଛି ସମୟରେ ଜଣେ ଡାକ୍ତର ତାଙ୍କୁ ଦେଖି ଘରକୁ ପଠାଇଦେଇଥିଲେ । ହେଲେ ଘରକୁ ଯିବା ପରେ ରାମଚନ୍ଦ୍ର ଗୁରୁତର ହୋଇଥିଲେ, ଯାହା ଫଳରେ ପୁଣିଥରେ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଯାହା ଫଳରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ବିଭାଗୀୟ କର୍ମଚାରୀ ଧାରଣାରେ ବସିଥିଲେ । ତେବେ ପରେ ବୁଝାସୁଝା ପରେ ଧାରଣାରୁ ଉଠିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.