ଖୁବ୍ ଶୀଘ୍ର ମାର୍କେଟକୁ ଆସିବ ଷ୍ଟ୍ରେଚ୍ ହୋଇପାରୁଥିବା ମୋବାଇଲ୍, ଜାଣନ୍ତୁ କଣ ରହିଛି ଫିଚର୍ 

ଫୋଲ୍ଡିଂ ଫୋନ୍ ହେଲା ପୁରୁଣା । ଏବେ ମାର୍କେଟକୁ ଆସିବ ଷ୍ଟ୍ରେଚେବଲ୍ ମୋବାଇଲ୍ ଫୋନ୍ । କିଛି ଦିନ ତଳେ ଫୋଲ୍ଡେବଲ ଫୋନ୍ ଆଣିବା ପାଇଁ  କହିଥିଲେ ସାମସଙ୍ଗ୍, ହୁଆଇ ଏବଂ ଆପଲ୍ । କିନ୍ତୁ ଏବେ ସାଉଥ୍ କୋରିଆ କମ୍ପାନୀ ଏଲଜି ଏଭଳି ଏକ ନୂଆ ଫୋନ୍ ମାର୍କେଟକୁ ଆଣିବା ପାଇଁ କରୁଛି ପ୍ରସ୍ତୁତି । ଏହି ଫୋନର ଡିସପ୍ଲେକୁ କୌଣସି ବି ଦିଗକୁ ବଢାଯାଇପାରିବ କିମ୍ବା କମା ଯାଇପାରିବ । ଡିସପ୍ଲେରେ ଗ୍ରିପ୍ ସେସିଙ୍ଗ୍ ୟୁନିଟ୍ ସହ ସେନ୍ସର୍ ଲାଗିଥିବ ଯାହା ୟୁଜରଙ୍କ ବ୍ୟବହାର ଅନୁସାରେ କାମ କରିବ । କମ୍ପାନୀର କହିବା ଅନୁଯାୟୀ, ଯଦି ୟୁଜର୍ ଭିଡିଓ ଦେଖିବା ପାଇଁ ସ୍କ୍ରିନର କୌଣସି ଖାସ୍ ସ୍ଥାନକୁ ଟାଣିବାକୁ ଚାହୁଁଛି ତେବେ ଭିଡିଓ ଦେଖିବା ସମୟରେ ତାହା ଏକ୍ସପାଣ୍ଡ ହୋଇଯିବ ।

ସେହିପରି ଏହା ପୂର୍ବରୁ ମୋବାଇଲ୍ ୱଲର୍ଡ କଂଗ୍ରେସ୍ ସମୟରେ ଏଲଜି ଏକ ଫୋନ୍ ପ୍ରସ୍ତୁତ କରିଥିଲା ଯେଉଁଥିରେ ଦୁଇଟି ସ୍କ୍ରିନ୍ ଆଟାଚ୍ ଥିଲା । ଏହି ଫୋନରେ ଖାସ୍ କଥା ହେଲା ଯେ ଏହାର ଉଭୟ ଡିସପ୍ଲେ କୁ ସାଇଡ୍ ବାଏ ସାଇଡ୍ ବ୍ୟବହାର କରିପାରିବେ । ଏଥିରେ ୫ ଜି କନେକ୍ଟିଭିଟି ମଧ୍ୟ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.