ସାବାସ୍ ଟିମ ଇଣ୍ଡିଆ : ପଡ଼ିଆ ଭିତରେ ଏମିତି କିଛି କଲା ଗର୍ବ ଗୌରବରେ ମଥା ଉଚ୍ଚା ହୋଇଗଲା

ପୁଲୱାମା ଆକ୍ରମଣରେ ସହିଦ ପରିବାରଙ୍କୁ ସମ୍ମାନ ଜଣାଇବାକୁ ଯାଇ ସାରା ଦେଶର ନାଗରିକ ଯେପରି ନିଜ ନିଜ ତରିକାରେ ପ୍ରୟାସ କରି ଆର୍ଥିକ ସହାୟତା ଯୋଗାଇ ଦେଛନ୍ତି । ଯାହା ବିଶ୍ବ ସମୁଦାୟଠାରୁ ଭାରି ପ୍ରଶଂସା ସାଉଣ୍ଟିବାରେ ଲାଗିଛି । ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଖେଳାଳିମାନେ । ଆଜି ରାଞ୍ଚିରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ସହ ଖେଳିବା ବେଳେ ଖେଳାଳିଙ୍କ ମଥାରେ ଥିଲା ସେନା କ୍ୟାପ୍ । ସେମାନେ ସେନା କ୍ୟାପ୍‌ ପିନ୍ଧି ମଇଦାନକୁ ଓହ୍ଲାଇଛନ୍ତି । ଆଉ ସହିଦ ଯବାନଙ୍କ ପରିବାରକୁ ଆଜି ଦିନର ମ୍ୟାଚ୍‌ ଫି ଦାନ କରିବାକୁ ଘୋଷଣା କରିଛନ୍ତି ।
କ୍ରିକେଟ ଇତିହାସରେ ପ୍ରଥମଥର ଭାରତୀୟ ଖେଳାଳିମାନେ ଏପରି ଏକ ନୂଆ ପ୍ରୟାସ କରି ସାରା ବିଶ୍ବରେ ଉଦାହାରଣ ସୃଷ୍ଟି କରିଛନ୍ତି । ଏଥିପାଇଁ ବିଶ୍ୱର ସବୁ ମହଲରୁ ଛୁଟୁଛି ପ୍ରଶଂସାର ସୁଅ । ମହେନ୍ଦ୍ର ସିଂହ ଧୋନୀଙ୍କ ହୋମ ଗ୍ରାଉଣ୍ଡ ରାଞ୍ଚିରେ ଆୟୋଜନ ହେଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ଫିଲହିଂ କରିବା ପାଇଁ ଯେତେବେଳେ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା ସେତେବେଳେ ଦୃଶ୍ୟ କିଛି ଅଲଗା ଥିଲା । ଟସ୍ ପଡିବା ପୂର୍ବରୁ ଧୋନୀ ପ୍ରତ୍ୟକ ଖେଳାଳିଙ୍କୁ ଗୋଟିଏ ଲେଖାଏଁ ଭାରତୀୟ ସେନାର କ୍ୟାପ୍ ଭେଟି ଦେଇଥିଲେ । ଟସ୍ ସମୟରେ ପ୍ରଶାସକ ସମିତି (ସିଓଏ)ର ସଦସ୍ୟ ଓ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ଡାଏନା ଏଡୁଲଜି ମହିଳା ଦିବସ ଅବସରରେ ମ୍ୟାଚ୍‌ ରେଫରିଙ୍କୁ କଏନ ଦେଇଥିଲେ ।

KOHLI MATCH
ଭାରତୀୟ ଟିମ ଏହି ମଞ୍ଚରୁ ସେନାର ସମ୍ମାନ ପାଇଁ ସେନା କ୍ୟାପ ପିନ୍ଧି ପଡିଆକୁ ଓହ୍ଲାଇଥିଲା । ଅଷ୍ଟ୍ରେଲିଆର ପିଙ୍କ୍‌ ଟେଷ୍ଟ ଓ ଦକ୍ଷିଣ ଆଫ୍ରିକାର ପିଙ୍କ୍‌ ବନେଡ ଭଳି ବିସିସିଆଇ ଏକ ନୂଆ କ୍ୟାମ୍ପେନ ଆରମ୍ଭ କରିଛି ଯେ ପ୍ରତି ବର୍ଷ ଏକ ମ୍ୟାଚରେ ଭାରତୀୟ କ୍ରିକେଟ ଖେଳାଳିମାନେ ଏଭଳି ସେନା କ୍ୟାପ୍‌ ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇବ । ଏହି ପ୍ରୟାସ ପଛରେ ଡଦ୍ଦେଶ୍ୟ ହେଉଛି ସେନାଙ୍କୁ ସମ୍ମାନ ଓ ଦେଶ ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିବା ଯବାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ।
ସୂଚନା ଅନୁଯାୟୀ, ବି.ସି.ସିଆଇକୁ ଏହି ପରାମର୍ଶ ଦେଇଥିଲେ ମହେନ୍ଦ୍ର ସିଂହ ଧୋନୀ । ସବୁ ସିଜିନରେ ଭାରତ ମାଟିରେ ହେବାକୁ ଥିବା ଯେକୌଣସି ଗୋଟିଏ ମ୍ୟାଚ୍‌ରେ ଟିମ ଇଣ୍ଡିଆ ସେନା କ୍ୟାପ୍‌ ପିନ୍ଧି ଖେଳିବ । ଧୋନୀ ଓ କୋହଲି ନାଇକି ବ୍ରାଣ୍ଡ ସାଥିରେ ମିଶି ଏହା ଉପରେ ୬ ମାସ ହେଲା କାମ କରୁଥିଲେ ।
ଆଜି ଟସ୍ ପଡ଼ିବା ବେଳେ ଅଧିନାୟକ କୋହଲି କହିଥିଲେ କି, ଟିମ ଇଣ୍ଡିଆ ଏହି ମ୍ୟାଚ୍‌ର ସମସ୍ତ ପାରିଶ୍ରମିକ ଅର୍ଥ ପ୍ରତିରକ୍ଷା ପାଣ୍ଠିକୁ ଦାନ କରାଯିବ । ଯାହା ପୁଲୱାମାରେ ସହିଦ ହୋଇଥିବା ସିଆରପିଏଫ୍‌ ଯବାନ୍‌ ପରିବାରଙ୍କୁ ଦିଆଯିବ ।

ଦେଖନ୍ତୁ ଭିଡିଓ…


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.