Below header

ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ଯୁଦ୍ଧ ବିମାନ ମିଗ୍-୨୧, ପାଇଲଟ୍ ସୁରକ୍ଷିତ

ରାଜସ୍ଥାନ ବିକାନେର ଜିଲ୍ଲାରେ ଶୁକ୍ରବାର ବାୟୁସେନାର ଏକ ଯୁଦ୍ଧ ବିମାନ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ସୁରକ୍ଷିତ ଅଛନ୍ତି। ବିମାନ ମିଗ୍-୨୧ ବୀକାନେର ବାୟୁସେନାର ନାଳ ବିମାନ ବନ୍ଦରରୁ ଉଡାଣ କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇଙ୍କ୍ୟୁୟାରୀ କରାଯାଉଛି। ବୀକାନେରର ପୋଲିସ ଅଧୀକ୍ଷକ ପ୍ରଦୀପ ମୋହନ ଶର୍ମା କହିଲେ ଯେ ବାୟୁସେନାର ଯୁଦ୍ଧ ବିମାନ ମିଗ୍-୨୧ ବୀକାନେର ରୁ ପ୍ରାୟ ୧୨ କିଲୋମିଟର ଦୂର ଶୋଭାସର ଢ଼ାଣୀ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଁଚି କାର୍ଯ୍ୟାନୁଷ୍ଠାନ ଜାରୀ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.